ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ !

ଢେଙ୍କାନାଳ : ଢେଙ୍କାନାଳ ପୌରପରିଷଦର ୨ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ
ପରିସରରେ ଅଦ୍ୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ
କରାଯାଇଥିଲା । ଏହି ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ପୌରୋହିତ୍ୟ କରି ସାକ୍ଷରତା ଦିବସ
ରମହତ୍ତ୍ୱଉପରେ ନିଜର ଚିନ୍ତାଧାରା ବ୍ୟକ୍ତ କରି ଶିକ୍ଷା ଆମଜୀବନ ଉପରେ ସୁପ୍ରଭାବ ପକାଇ ଥାଏଓଏହା ଦ୍ୱାରା ମନ ଓ
ପ୍ରାଣ ବିକଶିତ ହୋଇଥାଏ ଏବଂ ଚରିତ୍ର ଗଠନ ର ଏହା ପ୍ରଧାନ ମାଧ୍ୟମ ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନା କରିବା ସଙ୍ଗେ
ସଙ୍ଗେ ସାକ୍ଷର ନହେଲେ ସମାଜର ପ୍ରାଧାନ ସ୍ରୋତ ରେ ସାମିଲ ହୋଇପାରିବେ ନାହିଁଓ ସମାଜ ଅଶିକ୍ଷିତ ବ୍ୟକ୍ତିବିଶେଷ ଙ୍କୁ
ସମ୍ମାନ ଦେଇ ନଥାଏ ବୋଲି ନିଜ ଅଭିଭାଷଣରେ କହିଥିଲେ । ଶିକ୍ଷକଶ୍ରୀ ଅଶୋକ କୁମାର ପ୍ରଧାନ ନିଜେ ପଢି ଅନ୍ୟ କୁ
ପଢାଇବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷକ ଶ୍ରୀ ସୁଶୀଳ କୁମାର ସାହୁ ଶିକ୍ଷା ଆମକୁ ଅନ୍ଧାର ରୁ ଆଲୋକ
ଦେଖାଇବା ସହ ନୂତନ ପଥ ଦେଖାଇ ଥାଏ ବୋଲି କହିଥିଲେ ଓ ଆହୁରି ମଧ୍ୟ କହିଥିଲେ ଯେ ପାଠ ପଢି ନ ଜାଣିଲେ
ଠକାମୀ ର ଶିକାର ହେବାକୁ ପଡିଥାଏ । ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ ସରଳା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି
କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

seven − five =