ଢେଙ୍କାନାଳ : ଢେଙ୍କାନାଳ ସହରର ମୀନା ବଜାର କୁମ୍ଭାର ସାହି ସ୍ଥିତ ରାଇଜିଂ ଷ୍ଟାର କ୍ଳବ୍ ଅଧ୍ୟକ୍ଷ ରଶ୍ମିରଞ୍ଜନ ପାଢ଼ୀ ଭୁବନେଶ୍ୱର ସ୍ଥିତ ଏମ୍ସ୍ରେ ଜଣେ ରକ୍ତ ହିନ ରୋଗୀଙ୍କୁ ପ୍ଲାଜମା ଦାନ କରି ମହାନତାର ପରିଚୟ ସୃଷ୍ଟି କରିଛନ୍ତି । ପୂର୍ବରୁ ଶ୍ରୀ ପାଢ଼ୀ କ୍ଳବ୍ ମାଧ୍ୟମରେ ଅନେକ ଥର ରକ୍ତଦାନ ଶିବିର ଆୟୋଜନ କରି ଜିଲ୍ଲା ରକ୍ତ ଭଣ୍ଡାରକୁ ରକ୍ତ ଯୋଗାଇଛନ୍ତି ଏବଂ ନିଜେ ଗରିବ ଲୋକ ମାନଙ୍କୁ ସରକାରୀ ଡାକ୍ତରଖାନାରେ ୭୬ ଥର ରକ୍ତଦାନ କରିଛନ୍ତି । ଢେଙ୍କାନାଳର ଜଣେ ରକ୍ତ ହୀନତା ର ଶିକାର ହୋଇଥିବା ରୋଗୀ ପାର୍ଥ ସାରଥୀ ରଥଙ୍କୁ ପ୍ରଥମ ଥର ପାଇଁ ପ୍ଲାଜ୍ମା ଦାନ କରିଛନ୍ତି । ଶ୍ରୀ ପାଢ଼ୀ ହେଉଛନ୍ତି ଜିଲ୍ଲା ଶିଳ୍ପ ଏବଂ ବାଣିଜ୍ୟ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ଶରତ ଚନ୍ଦ୍ର ପାଢ଼ୀଙ୍କର ସୁପୁତ୍ର ।