ବାରଦା ମାତୃଭବନରେ ୭୭ତମ ସ୍ବାଧୀନତା ଦିବସ ପାଳନ !

ଢେଙ୍କାନଳ: ସଦର ବ୍ଲକ୍ ଅନ୍ତର୍ଗତ ବାରଦା ମାତୃଭବନରେ ୭୭ତମ ସ୍ୱାଧୀନତା ଦିବସ ଏବଂ ସହଯୋଗୀ ଶ୍ରୀଅରବିନ୍ଦଙ୍କର ୧୫୧ତମ ଜୟନ୍ତୀ ଦିବସ ଏକସଙ୍ଗେ ।ଳିତ ହୋଇଥିଲା । ଏହା ଅଧୀନରେ ରିଚାଳିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ହାଇସ୍କୁଲ୍‌ର ପ୍ରଧାନଶିକ୍ଷକ ରୂପଶ୍ରୀ ରଥ ଓ ଏମ୍‌.ଇ. ସ୍କୁଲ୍‌ର ଅଧ୍ୟକ୍ଷ ଦିଲ୍ଲୀ କୁମାର ମହାରଣା ନିଜ ନିଜ ଶିକ୍ଷାକେନ୍ଦ୍ରମାନଙ୍କରେ ତ୍ରୀରଙ୍ଗା ତାକା ଉତୋଳନ କରି ସ୍ୱାଧୀନତା ଦିବସର ଶୁଭାରମ୍ଭ କରିଥିଲେ ଏବଂ ଆଧ୍ୟାତ୍ମିକ ପତାକା ମାତୃଭବନର ସମ୍ପାଦକ ଦକ ସଚ୍ଚିଦାନନ୍ଦ ମହାରଣା ଉତୋଳନ କରି ଶ୍ରୀଅରବିନ୍ଦଙ୍କ ବିତ୍ର ଜନ୍ମ ଜୟନ୍ତୀ ଉଦ୍‌ଘାଟନ କରିଥିଲେ । ଛାତ୍ରଛାତ୍ରୀଗଣ ନିଜସ୍ୱ ବ୍ୟାଣ୍ଡ ପାର୍ଟି ମାଧ୍ୟମରେ ମାର୍ଚ୍ଚ ପାଷ୍ଟ ଓ ବନ୍ଦେ ମାତରମ୍ ଗାନ ପରିବେଷଣ କରିଥିଲେ । ଅତିଥିଗଣ ସେମାନଙ୍କ ସଂକ୍ଷିପ୍ତ ଉଦ୍‌ବୋଧନ ମାଧ୍ୟମରେ ସ୍ୱୀଧୀନତା ସଂଗ୍ରାମରେ ଅସୀମ ତ୍ୟାଗ କରି ନିଜ ଜୀବନକୁ ବଳିଦାନ ଦେଇ ପରାଧୀନ ଭାରତକୁ ସ୍ୱୀଧୀନ କରିବାକୁ ଯେଉଁ ସଂକଳ୍ପ, ସାଧନା ଓ ସହୀଦ ହେବାର ଗୌରବ ଅର୍ଜନ କରିଥିଲେ, ସେମାନଙ୍କର ସ୍ମୃତିଚାରଣ କରିଥିଲେ । ଆଉ ମଧ୍ୟ ଦେଶର ଐକ୍ୟ, ଅଖଣ୍ଡତା ଓ ସଂହତି ବଜାୟ ରଖି ଦେଶର ପ୍ରଗତି ଓ ସମୃଦ୍ଧି ପଇଁ ଆତ୍ମୋତ୍ସର୍ଗ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ଏହି ମହୋତ୍ସବରେ ରିଚାଳନା କମିଟିର ସଭ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଅବିଭାବକଗଣ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । କ୍ରୀଡା ଶିକ୍ଷକ ବିଜୟ କୁମାର ନନ୍ଦ ମାର୍ଚ୍ଚାଷ୍ଟ ପରିଚାଳନା କରିଥିଲେ । ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.

17 − ten =