ଢ଼େଙ୍କାନାଳ : ୭୭ତମ ସ୍ଵାଧୀନତା ଦିବସର ଏହି ପଵିତ୍ର ଅଵସର ରେ ଜାତୀୟ ପତାକା ସମ୍ମାନ ର ସହ ସକାଳ ଘ୬:୩୦ ମି ସମୟ ରେ ସଂଗଠନ ର ଉପଦେଷ୍ଟା ଶ୍ରୀମତି ସତ୍ୟଭାମା ମିଶ୍ର ଉତ୍ତୋଳନ କରିବା ସହିତ ସାମୁହିକ ଜାତୀୟ ସଙ୍ଗୀତ ଗାନ ତଥା ଦେଶାତ୍ମବୋଧକ ସ୍ଳୋଗାନ ଓ ଉପଦେଷ୍ଟା ତଥା ରାସୋଳ ଗ୍ରାମ ର ସରପଞ୍ଚ ଦିଵାକର ନାଏକ,ଉପଦେଷ୍ଟା ଶ୍ରୀମତି ମିଶ୍ର,ପ୍ରତିଷ୍ଠାତା,ଆଜୀବନ ସେଵକ ସୁନିଲ ସାହୁ ଙ୍କର ଓଜସ୍ଵିନୀ ଉଦବୋଧନ ଦେଶ ପ୍ରେମ ଜାଗ୍ରତ କରିଵାରେ ଵେଶ ସହାୟକ ହୋଇ ଥିଲା।ସକାଳ ଘ୭:୦୦ମି ସମୟ ରେ ସାମୁହିକ ପଦ ଯାତ୍ରା ରାସୋଳ ଦେଉଳ ସାହି ସ୍ଥିତ ସଂଗଠନ ର କାର୍ଯ୍ୟାଳୟ ରୁ ଆରମ୍ଭ ହୋଇ ରାସୋଳ ସମବାୟ ସମିତି ସ୍ଥିତ ଉତ୍କଳ ଗୌ୍ରଵ ମଧୂସୂଦନ ଦାସ ଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିଵା ପରେ କାର୍ଯାଳୟ ଠାରେ ଘ୭:୩୦ମି ସମୟ ରେ ଦୁଇ ଜଣ ଭିନ୍ନକ୍ଷମ ମହିଳା ପଞ୍ଚେଇ ବେହେରା (ଗ୍ରାମ-କୁନୁଆ),ମମତା ପଟ୍ଟନାୟକ(ଗ୍ରାମ-ଵାଗଧରିଆ) ଙ୍କୁ ଭ୍ରାମ୍ୟମାଣ ଚୌକି ସଂଗଠନ ର ସମସ୍ତ ସେଵକ ସେଵିକା ଗଣ ଓ ଉପଦେଷ୍ଟା ମାନଙ୍କର ଉପସ୍ଥିତି ରେ ପ୍ରଦାନ କରାଯାଇଛି।ପରିଶେଷ ର ୮ଘଟିକା ସମୟ ରେ ସାମୁହିକ ଜଳପାନ ସହିତ ଆପୋଷ ମିଷ୍ଟାର୍ଣ୍ନ ଵଣ୍ଟନ ପୂର୍ବକ ସ୍ନେହ,ଶ୍ରଦ୍ଧା ଏଵଂ ମୈତ୍ରୀ ର ଭାଵ ଅନ୍ତର ରେ ଉଜ୍ଜୀଵିତ କରି ଏକତା ସୂତ୍ର ରେ ଵାନ୍ଧି ହୋଇ ଆଗାମୀ ଦିନ ରେ ସମସ୍ତେ “ମୋ ଗାଁ ମୋ ସମ୍ମାନ ଅଭିଯାନ” କୁ ବ୍ୟାପକ କରିବା ଦିଗରେ ପ୍ରୟାସ ଜାରି ରଖିଵାରେ ସଂଗଠନ ର ପ୍ରତ୍ୟେକ ସେଵକ ସେଵିକା ଗଣ ତଥା ଗ୍ରାମବାସୀ ଙ୍କର ଆନ୍ତରିକ ସହଯୋଗ ଏଵ ସହଭାଗୀତା ନିମିତ୍ତ ଆଶା ରଖିଛନ୍ତି ପ୍ରତିଷ୍ଠାତା ଵିଭୁ ଶତପଥୀ।