ବିଜୁ ଜନତା ଦଳର ସମ୍ବିଧାନ, ଗଣତନ୍ତ୍ର ଏବଂ ମହିଳା ବିରୋଧୀ ଚେହେରା ପାର୍ଲିଆମେଣ୍ଟରେ ସ୍ପଷ୍ଟ ହୋଇଛି- ଆମ୍ ଆଦ୍ମୀ ପାର୍ଟି !
ଢ଼େଙ୍କାନାଳ : କେନ୍ଦ୍ରର ଭାରତୀୟ ଜନତା ପାର୍ଟି ସରକାର ଦିଲ୍ଲୀ ଅର୍ଡିନାନ୍ସକୁ ଆଇନ୍ରେ ପରିଣତ କରିବା ପାଇଁ ଏକ ବିଲ୍ ଆଣୁଛି । ଏହି ବିଲ୍ ସମ୍ପୂର୍ଣ୍ଣ ଭାବରେ ଅଗଣତାନ୍ତ୍ରିକ, ଅସମ୍ବିଧାନିକ ଏବଂ ଦିଲ୍ଲୀବାସୀଙ୍କର ସ୍ୱାର୍ଥ ବିରୋଧୀ ଅଟେ । ସୁପ୍ରିମ କୋର୍ଟ ସ୍ପଷ୍ଟ ଭାବରେ ଦିଲ୍ଲୀର ଶାସନ ପାଇଁ ନିର୍ବାଚିତ ସରକାରଙ୍କୁ ଉତରଦାୟୀ କରିବା ସହିତ ପ୍ରଶାସନ ସମ୍ପର୍କିତ ସମସ୍ତ ନିଷ୍ପତି ନେବାର ଅଧିକାର ଦିଲ୍ଲୀ ସରକାରଙ୍କର ରହିଛି ବୋଲି ନିର୍ଣ୍ଣୟ କରିବା ପରେ
ତରବରିଆ ଭାବରେ ଅଧ୍ୟାଦେଶ ଆଣି ବିଜେପି ସରକାର ସମସ୍ତ ଅଧିକାର ଦିଲ୍ଲୀର ଏଲ.ଜି.ଙ୍କ ହାତକୁ ଟେକିଦେଇଛି । ଅର୍ଥାତ ନିର୍ବାଚିତ ସରକାର ବଦଳରେ ବର୍ତମାନ ଶାସନ କ୍ଷମତା କେନ୍ଦ୍ର ସରକାର ଦ୍ୱାରା ନିଯୁକ୍ତ ଏଲ୍.ଜି.ଙ୍କ ହାତରେ ରହିବ ।
ବର୍ତମାନ ଏହି ଅର୍ଡିନାନ୍ସ ସୁପ୍ରିମ କୋର୍ଟରେ ବିଚାରଧୀନ ଥିବା ସମୟରେ ବେଆଇନ୍ ଭାବରେ ମୋଦି ସରକାର ପାର୍ଲିଆମେଂଟ୍ରେ ଏ ସମ୍ପର୍କିତ ବିଲ୍ ଆଣିବା ସମ୍ବିଧାନ ଏବଂ ଏହାର ମୂଲ୍ୟବୋଧର ବିରୁଦ୍ଧାଚରଣ କରୁଛି । ଅନେକ ରାଜନୈତିକ ଦଳ ଏହି ବିଲ୍କୁ ବିରୋଧ କରୁଥିବାବେଳେ ବିଜୁ ଜନତା ଦଳ ଏହାକୁ ସମର୍ଥନ କରିବ ବୋଲି ନିଷ୍ପତି ନେଇଛି । ମଣିପୁରରେ ଯେଉଁ ପରି ଭାବରେ ମହିଳାଙ୍କ ପ୍ରତି ହିଂସା ହେଲା ଏବଂ ସାରା ରାଜ୍ୟରେ ୧୫୦ରୁ ଉର୍ଦ୍ଧ୍ୱ
ଲୋକ ମୃତ୍ୟୁବରଣ କରିଛନ୍ତି ତଥା ୫୦,୦୦୦ରୁ ଉର୍ଦ୍ଧ୍ୱ ଲୋକ ବିସ୍ଥାପିତ ହୋଇ ବିଭିନ୍ନ ରିଲିଫ କ୍ୟାମ୍ପରେ ରହିବା ପାଇଁ ବାଧ୍ୟ ହେଲେ ତାହା ପ୍ରତ୍ୟେକ ଭାରତୀୟଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି । ବିଜୁ ଜନତା ଦଳର ମଣିପୁର ହିଂସା ଘଟଣାରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ମଧ୍ୟ ବିଜେପିକୁ ସମର୍ଥନ କରିଛି ଯାହାକି ଅମାନବିକ ମହିଳା ବିରୋଧୀ ଆଦିବାସୀ ବିରୋଧୀ ଏବଂ ଜଣେ ସୈନିକର ସ୍ତ୍ରୀ ପ୍ରତି ହୋଇଥିବା ଅମାନବୀୟ ଘଟଣା ଅଟେ । ଏହା ପ୍ରତ୍ୟେକ ଓଡିଆଙ୍କୁ ବ୍ୟଥିତ କରିଛି ଏବଂ ଏହା ସୁଚିତ କରୁଛି ଯେ ବିଜୁ ଜନତା ଦଳ ମହିଳା ବିରୋଧୀ । ଯଦିଓ ବିଜେପିର ମେଂଟ ବିଜେଡି ସହିତ ରହିଆସିଛି ଏବଂ ସବୁ ସମୟରେ ବିଜେଡି ବିଜେପିକୁ ସମର୍ଥନ ଦେଇଛି, ମାତ୍ର ଏପରି ସମ୍ବିଧାନ ଏବଂ ସଂଘୀୟ ବ୍ୟବସ୍ଥା ବିରୋଧୀ ଆଇନ୍କୁ ସମର୍ଥନ କରିବା ଆମକୁ ଆଶ୍ଚର୍ଯ୍ୟ
କରିଛି । ଓଡିଶାରେ ବିଜେଡି ଜଣେ ଅମଲା ଦ୍ୱାରା ପରିଚାଳିତ ହେବା ଏବଂ ଦିଲ୍ଲୀରେ ନିର୍ବାଚିତ ସରକାରଙ୍କ ଠାରୁ କ୍ଷମତା କାଢି ଏଲ୍.ଜି. ଏବଂ ଅମଲା ତନ୍ତ୍ରକୁ ଶାସନ ଦେଇଦେବା ଏକ ସମାନ ଅଟେ । ଯେହେତୁ ଓଡିଶାରେ ନିର୍ବାଚିତ ବିଜେଡି ପ୍ରତିନିଧିମାନେ ନିଜର ସମସ୍ତ କ୍ଷମତା ଜଣେ ଅମଲା ହାତରେ ଦେଇସାରିଛନ୍ତି ତେଣୁ ଦିଲ୍ଲୀ ବିଲ୍କୁ ସମର୍ଥନ ଦେବା ସେମାନଙ୍କର ବାଧ୍ୟବାଧକତା । ବର୍ତମାନ ବିଜୁ ଜନତା ଦଳ ବିଜେପି ସହିତ ନିଜର ମେଂଟକୁ ସାର୍ବଜନୀନ କରିବା ପାଇଁ ଆମ୍ ଆଦ୍ମୀ ପାର୍ଟି ଦାବି ରଖୁଛି । ବର୍ତମାନ ଆପ୍ ଏକ ସଶକ୍ତ ବିରୋଧୀ ଦଳ ରୂପେ ଛିଡା ହେବାକୁ
ଯାଉଛି । ଆପ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସଭାରେ ଏହିପରି ଘଡିସନ୍ଧି ମୁହୂର୍ତରେ ଆମ୍ ଆଦ୍ମୀ ପାର୍ଟିକୁ ସାହାଯ୍ୟ
ସହଯୋଗ କରିବା ପାଇଁ ଢେଙ୍କାନାଳ ଜନସାଧାରଣଙ୍କୁ ଜିଲ୍ଲା ସଭାପତି ପଙ୍କଜ ନାୟକ ନିବେଦନ କରିଛନ୍ତି । ଏହି
ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଉପସଭାପତି ବିକ୍ରମ ରାଉତ, ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ମହିଳା ସଭାନେତ୍ରୀ ନଳିନୀ ସାହୁ, ସଂଗଠନ ସମ୍ପାଦକ ଚିନ୍ମୟ ସେନାପତି, ସୋସିଆଲ୍ ମିଡିଆ ସଦସ୍ୟ ଜିତେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।