ଢେଙ୍କାନାଳ : ପବିତ୍ର ଗୁରୁ ପୂର୍ଣ୍ଣମୀ ଅବସରରେ ମିନା ବଜାରସ୍ଥ୍ ସାଇ ଦରବାର ପ୍ରାଙ୍ଗଣରେ ସାଇ ବାବାଙ୍କ ଗୁରୁ ପୂର୍ଣ୍ଣମୀ ପାଳିତ ହୋଇଛି । ଏଥିପାଇଁ ବହୁ ସାଇ ପ୍ରେମୀ ସାଇ ଶ୍ରଦ୍ଧାଳୁ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ସୁଦୂର ବ୍ରାହ୍ମଣୀ ନଦୀର ପବିତ୍ର ଜଳକୁ ଭାର ମାଧ୍ୟମ ରେ ଖାଲି ପାଦରେ ଚାଲି ଚାଲି ଆସି ସଦଗୁରୁ ସାଇବାବା ଙ୍କୁ ମହାସ୍ନାନ କରାଇ ଥିଲେ ଏବଂ ପରେ ପରେ ବାବାଙ୍କ ବିଧି ଅନୁସାରେ ହୋମ କାର୍ଯ୍ୟ ପରେ ପରେ ଆରତୀ ଅନୁଷ୍ଠିତ ହେବାସହ ଗୁରୁ ଚରିତ ପାରାୟଣ ହୋଇଥିଲା । ଏହି ସମସ୍ତ କାର୍ଯ୍ୟ କୁ ଢ଼େଙ୍କାନାଳ ସାଇ ସେବା ଦଳର ସମସ୍ତ ସଦସ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।