ଗୁରୁଦେବଜୀ ଫାଉଣ୍ଡେସନ ପକ୍ଷରୁ ବନ ମହୋତ୍ସବ ୨୦୨୩ ଶୁଭାରମ୍ଭ !

ଢ଼େଙ୍କାନାଳ : ପ୍ରତ୍ୟେକ ବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହ କୁ ବନ ମହୋତ୍ସବ ସପ୍ତାହ ରୂପେ ପାଳନ କରାଯାଏ ଏହି ପରିପେକ୍ଷିରେ ଆଜି ପ୍ରଥମ ଦିବସ ଅବସରରେ ଢେଙ୍କାନାଳ ସହରର ୮ ନମ୍ୱର ୱାର୍ଡ ମହିଷାପାଟ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବଉଳ ଗଛ, ବେଲ ଗଛ, କୃଷ୍ନଚୁଡା ଗଛ, ଅଁଳା ଗଛ, ଜାମୁ ଗଛ, ହରିଡା ଗଛ, ବାହାଡ଼ା ଗଛ, କରଞ୍ଜ ଗଛ ଆଦି ଚାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ବନ ଖଣ୍ଡ ଅଧିକାରୀ ଶ୍ରୀ ସୁମିତ କୁମାର କର ଯୋଗ ଦେଇ ବୃକ୍ଷ ରୋପଣ ସହ ବୃକ୍ଷର ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବା ସହ ଫାଉଣ୍ଡେସନର ଏହି ଭଳି ନିଆରା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇ ଅନୁଷ୍ଠାନର ଏହି ଭଳି କାର୍ଯ୍ୟକୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରୀନ ସ୍ପ୍ରେଡ଼ର କ୍ଲବର ସଂଯୋଜକ ସୌଭାଗ୍ୟ ବରାଳ ପରିଚାଳନା କରିଥିବାବେଳେ ମହାଦେବ ବାହିନୀର ଆବାହକ ଯୁଧିଷ୍ଠିର ସାହୁ ସମସ୍ତ ଉପସ୍ଥିତ ସଦସ୍ୟ ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଇଂ ସୌମ୍ୟବ୍ରତ ସାହୁ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହିତ ବୃକ୍ଷ ହିଁ ପ୍ରକୃତ ଜୀବନ ବନ୍ଧୁ ବୋଲି ମତ ପ୍ରକାଶ କରିଥିଲେ ତେଣୁ ଆଜି ଠାରୁ ଆସନ୍ତୁ ଆମେ ଗୋଟିଏ ଗୋଟିଏ ଗଛ ଲଗାଇ ପ୍ରକୃତ ଅମ୍ଳଜାନ ସୃଷ୍ଟି କରିବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ବରିଷ୍ଠ ସଦସ୍ୟ ଶୁଭ ପ୍ରସାଦ ପଣ୍ଡା, ରେଡ଼ ଡୋନର କ୍ଲବର ସଂଯୋଜକ ସତ୍ୟଜିତ ଦଳେଇ, ରାକେଶ କର ଓ ରାହୁଲ ନାଏକ ପ୍ରମୁଖ ସହଯୋଗ କରିଥିଲେ । ଏହି ମହୋତ୍ସବରେ ୬୦୦ରୁ ଉର୍ଦ୍ଧ୍ବ ଚାରା ଜିଲ୍ଲାର ସମସ୍ତ ବ୍ଲକରେ ଲାଗିବ ବୋଲ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଶ୍ରୀ ସାହୁ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

three × 5 =