ଜିଲ୍ଲା ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ
ଢେଙ୍କାନାଳ: ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍ ଠାରେ ମୁଖ୍ୟମନ୍ତ୍ରୀ ଟ୍ରଫି ନିମନ୍ତେ ଚାଲିଥିବା ଅଣ୍ଡର୍ ଫିପ୍ଟିନ୍ ଇଣ୍ଟର କ୍ଳବ୍ ଜିଲ୍ଲାସ୍ତରୀୟ ଫୁଟବଲ୍ ଚାମ୍ପିଅନ୍ସିପ୍ ଉଦ୍ଯାପିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟ୍ର ଫାଇନାଲ୍ ମ୍ୟାଚ୍ ଓଡ଼ାପଡ଼ା ବ୍ଳକ୍ ସାଇଁବିରି ଗ୍ରାମର ଜୟଦୁର୍ଗା କ୍ଲବ୍ ଏବଂ ଗୁଣ୍ଡିଚାପଡ଼ାର ଶାରଳା କ୍ଳବ୍ ମଧ୍ୟରେ ଖେଳାଯାଇଥିଲା। ଏହି ନକ୍ ଆଉଟ୍ ଖେଳରେ ଗୁଣ୍ଡିଚାପଡ଼ା ଶାରଳା କ୍ଲବ୍ ୪-୩ ଗୋଲ୍ରେ ଚାମ୍ପିଅନ୍ ହେବା ସହ ମୁଖ୍ୟମନ୍ତ୍ରୀ ଟ୍ରଫି ହାତେଇଛି। ଉଦ୍ଯାପନୀ ଉତ୍ସବରେ ମାନ୍ୟବର ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ୍ ଓ ରନର୍ସ ଅପ୍ ଦଳକୁ ପୁରସ୍କୃତ କରିଥିଲେ।ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ନଳିନୀ ଦାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଦିପ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଫୁଟବଲ ଚାମ୍ପିଅନ୍ସିପ୍ ରେ ଜିଲ୍ଲାର ୮ଟି କ୍ଲବ୍ ଅଂଶଗ୍ରହଣ କରିଥିଲେ। ଉତ୍ସବରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦିପ୍ତି ରଞ୍ଜନ ସେଠୀଙ୍କ ସମେତ ସହରର ବହୁ କ୍ରୀଡ଼ାପ୍ରେମୀ ଯୋଗ ଦେଇଥିଲେ।