ଢ଼େଙ୍କାନାଳ: ହିନ୍ଦୋଳ ଥାନା ପୋଲିସ ଗୋଡେଇ ଗୋଡେଇ ଏକ ଗୋରୁ ବୋଝେଇ ଗାଡି ଜବତ କରିବା ସହ ଡ୍ରାଇଭର କୁ ଧରିଛନ୍ତି।ଖବରରୁ ପ୍ରକାଶ ଆଜି ବିଶେଷ ସୂତ୍ରରୁ ଖବରପାଇ ହିନ୍ଦୋଳ ଥାନା ପୋଲିସ ସଦଳେବେଳେ ଚଡାଉ କରି ବଉଳିଗଡ଼ ପଟୁ ମହୀଧରପୁର ସାତମାଇଲ ଆଡକୁ ଗୋରୁ ମାଫିଆ ଏକ ବୋଲେରୋ ପିକଅପ ନଂ-ଓଡି ୦୫-ବିଭି-୫୯୯୨ ରେ ଗୋରୁବୋଝେଇ କରି କଟକ ଚାଲାଣ କରୁଥିବାବେଳେ କୁରୁମିଠା ନିକଟରେ ଅଟକାଇବାରୁ ନଅଟକି ଦ୍ରୁତଗତିରେ ପଳାଇ ଯାଉଥିବାବେଳେ ଗୋଡେଇଗୋଡେଇ ହିନ୍ଦୋଳ ଥାନା ସାତମାଇଲ ଜୟଯବାନ ପେଟ୍ରୋଲ ଟାଙ୍କି ନିକଟରେ ଧରିଥିଲେ। ହିନ୍ଦୋଳ ପୋଲିସ ଗାଡ଼ି ଚଳାଉଥିବା କଟକ ବକ୍ସିବଜାର ର କମର ଅଲ୍ଲୀ ନାମକ ଗୋରୁ ମାଫିଆ କୁ କେଶ ନଂ -୨୩/୨୦୨୫ରେ ଗିରଫ କରି କୋର୍ଟ ଚାଲାଣ କରିବାସହ ପିକଅପ ଗାଡିଟିକୁ ଜବତ କରିଛନ୍ତି ଏବଂ ଗୋରୁ ଗୁଡିକ ସ୍ୱାଧୀନରେ ଛାଡି ଦିଆ ହୋଇଛି।