ଢେଙ୍କାନାଳ ଜିଲ୍ଲା  ଭାଜପାର ସ୍ୱତନ୍ତ୍ର କାର୍ଯ୍ୟକାରଣୀ  ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଭାଜପାର ସ୍ୱତନ୍ତ୍ର କାର୍ଯ୍ୟକାରଣୀ  ବୈଠକ  ପୁରୁଣା ଜିଲ୍ଲା ପରିଷଦ ହଲ୍‌ ପରିସରରେ  ଅନୁଷ୍ଠିତ ହୋଇଯାଇଛି।

କେନ୍ଦ୍ରରେ ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ  ମେ’ ୩୦ରୁ ଜୁନ୍‌ ୩୦ ଯାଏ ଏକମାସଧରି ଦଳ ପକ୍ଷରୁ ମହା ଜନସମ୍ପର୍କ ଅଭିଯାନ ଆୟୋଜିତ ହେବ। ଜିଲ୍ଲା, ମଣ୍ଡଳ,  ଶକ୍ତିକେନ୍ଦ୍ର  ଓ ବୁଥ୍‌ସ୍ତରରେ ଭାଜପା ସରକାରଙ୍କ ସଫଳତା, ଜନକଲ୍ୟାଣକାର୍ଯ୍ୟକ୍ରମ ପହଞ୍ଚାଯିବ।

ଏଥିସହ ୨୩ବର୍ଷଧରିରାଜ୍ୟରେ କ୍ଷମତାରେ ଥିବା ବିଜେଡି ସରକାରର ବିଫଳତା ବିଷୟରେ ଲୋକଙ୍କୁ ଅବଗତ କରାଯିବ। ଏହାକୁ ସଫଳ କରିବା  ଲାଗି  ୩ଦିନ ମଧ୍ୟରେ ମଣ୍ଡଳ କାର୍ଯ୍ୟକାରଣୀ ପାଇଁ ନିଷ୍ପତ୍ତି ହୋଇଛି।ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ  ରାଜ୍ୟ ଉପସଭାନେତ୍ରୀ ତଥା ଜିଲ୍ଲା ପ୍ରଭାରୀ ପ୍ରଭାତୀ ପରିଡ଼ା  ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକାରିଣୀ  ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ଜିଲା ସଭାପତି ବିଭୂତି ଭୂଷଣ ପ୍ରଧାନ,  ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ରାଜ୍ୟକାର୍ଯ୍ୟକାରିଣୀ  ସଦସ୍ୟ ଶତ୍ରୁଘ୍ନ ଜେନା,  ମହାଜନ ସମ୍ପର୍କ ଅଭିଯାନ  ସଂଯୋଜକ ରାମଚନ୍ଦ୍ର ପାତ୍ର, ବିସ୍ତାରକ ଅମୃତ କୁମା ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ରୋଡମ୍ୟାପ  ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ।

ଜିଲ୍ଲା ସାଧାରଣ ସମ୍ପାଦକ ରାସବିହାରୀ  ବେହେରା, ଉପସଭାପତି ପବିତ୍ର କୁମାର ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ  ସଦସ୍ୟା ନୀରୋଜ ନଳାନୀ  ମହାଳିକ,  ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ପରଜଙ୍ଗ ବ୍ଲକ ଉପାଧ୍ୟକ୍ଷା ଯଶସ୍ୱିନୀ  ରାଉତ, ବରିଷ୍ଠ ନେତା ନବକିଶୋର  ଗୁରୁ, ମାତୃପ୍ରସାଦ ନନ୍ଦ, ବିଷ୍ଣୁପ୍ରସାଦ ଲେଙ୍କା, ସନାତନ ସାହୁ, ଜିଲ୍ଲା ଯୁବମୋର୍ଚା ସଭାପତି ମହାଦୀପ ଯଶୋବନ୍ତମହିମା  , ମହିଳା  ମୋର୍ଚା ସଭାନେତ୍ରୀମମତା ସ୍ୱାଇଁ,  ରାଜ୍ୟ ଯୁବମୋର୍ଚାସାଧାରଣ ସମ୍ପାଦକ ଦୀପକ କୁମାରଗୋଛାୟତ, ସମ୍ପାଦକ ସତ୍ୟନାରାୟଣଭୂୟାଁ ପ୍ରମୁଖ ବହୁ କର୍ମୀ ବୈଠକରେ ଯୋଗଦେଇଥିଲେ।  ସହ ସଂଯୋଜିକା ଇତିଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ  ।

Leave A Reply

Your email address will not be published.

eighteen − 13 =