ଗୁରୁଦେବଜି ଗୁରୁକୁଳ ପକ୍ଷରୁ ବିଶ୍ୱ ମାତୃ ଦିବସ ପାଳିତ !

ଢେଙ୍କାନାଳ : ସହରର ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ଥିବା ଆମେଚର ତାଇକୋଣ୍ଡୋ ଆସୋସିଏସନ ଓ ଢେଙ୍କାନାଳ ସ୍କେଟିଂ ଆସୋସିଏସନର ପ୍ରଶିକ୍ଷଣ କେନ୍ଦ୍ର ଠାରେ ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ଗୁରୁଦେବଜି ଗୁରୁକୁଳ ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଇ ମାସର ଦ୍ୱିତୀୟ ରବିବାର ଉପଲକ୍ଷେ ବିଶ୍ୱ ମାତୃ ଦିବସ ପାଳନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ୬୦ରୁ ଉର୍ଦ୍ଧ୍ବ ମା’ ମାନେ ଯୋଗଦେଇଥିଲେ । ପ୍ରଥମେ ଅନୁଷ୍ଠାନର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ଭାରତ ମାତାଙ୍କୁ ପୂଜାର୍ଚ୍ଚନା କରିବା ପରେ ସମସ୍ତ ଛାତ୍ରଛାତ୍ରୀ ମାନେ ନିଜର ଜନନୀଙ୍କୁ ପୁଷ୍ପ, ଚନ୍ଦନ, ସିନ୍ଦୁର, ଅରୁଆ ଚାଉଳ, ଦୁବ, ବରକୋଳି ପତ୍ର, ଦୀପ ସହ ବନ୍ଦାପନା କରି ମାତୃ ପୂଜନ କାର୍ଯ୍ୟକ୍ରମ କରିଥିଲେ ପରେ ପରେ ପରସ୍ପରକୁ ଲଡୁ ଖୁଇବା ସହ ମା’ ମାନେ ଓଡ଼ିଆଙ୍କ ପ୍ରିୟ ମିଠା ଛେନାପୋଡା କାଟି ଏହି ଉତ୍ସବକୁ ଖୁବ ଆନନ୍ଦର ସହ ପାଳନ କରିଥିଲେ ।

ଏହି ଭଳି ନିଆରା କାର୍ଯ୍ୟକ୍ରମ ପାଇଁ ସମସ୍ତ ମାତୃଗଣ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ସାହୁଙ୍କୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ରବୀନ୍ଦ୍ର ପରିଡ଼ା, ଡାର୍ଲିଂନ୍ ଡାଲଟନ, ଇନ୍ଦ୍ରଜିତ ସାହୁଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ରହି ସଫଳ କରିଥିଲେ ।

Leave A Reply

Your email address will not be published.

17 − 2 =