ଭୁବନ ରେ ସିରିଜ ଲୁଟ : ଘରୁ କୋଡି଼ଏ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ଗହଣା ଓ ଟଙ୍କା ଚୋରି !

ଢ଼େଙ୍କାନାଳ: ଭୁବନ ଥାନା ଅନ୍ତର୍ଗତ ପୂର୍ବତନ ଅଧ୍ୟାପକଙ୍କ ଘରୁ ଚୋରି ଯିବାର ଗୋଟିଏ ଦିନ ହୋଇଛି କି ନାହିଁ ପୁନର୍ବାର ଚୋର ମାନେ ଆତଙ୍କ ଦେଖାଦେଇଛିନ୍ତି I ଭୁବନ ଏନଏସିର ଏକ ନମ୍ବର ୱାର୍ଡ ଲତାବିଲ କେନାଲତଳ ଅଞ୍ଚଳରେ ରହୁଥିବା ଲୁଗା ବ୍ୟବସାୟିଙ୍କ ଘରୁ ଦଶଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ସୁନା ରୁପା ଗହଣା ସମେତ ପନ୍ଦର ହଜାର ରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ବେଳେ ବେଳେ ଦୁର୍ଗାବଜାର କେନାଲ ରୋଡ ସ୍ଥିତ ରେକ୍ସ ଟେଲର ମାଲିକ ଶେଖ୍ ନାବେଦ ଅଶରଫଙ୍କ ଘରୁ ମଧ୍ଯ ବାଇଶି ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ଯାଇଥିବା ଯଣାପଡିଛି ।

ଲଗାତାର ଭାବେ ଦୁଇ ଦିନ ହେବ ଚୋରି ହେଉଥିବା ରୁ ଜଣ ସାଧାରଣ ଙ୍କ ମନରେ ଭୟ ସୃଷ୍ଟି ହୋଇଛି I ବର୍ତ୍ତମାନ ସମୟରେ ଖରାଦିନ ହେତୁ ଲୋକମାନେ ବିଳମ୍ବିତ ରାତିରେ ନିଦ୍ରା ଯାଉଥିବା ବେଳେ ଭୋର ସମୟରେ ଚୋର ମାନେ ଟାର୍ଗେଟ କରୁଛନ୍ତି ଲୁଟ କରିବାକୁ ଥିବା ଘରସବୁକୁ । ଯାହା ଫଳରେ କାହା ଘର ୟାପରେ ଯେ ଲୁଟ ହେବ ତାହା କୁ ନେଇ ଲୋକଙ୍କ ନିଦ ହଜିଯାଇଛି ।
ଖବର ଅନୁସାରେ ଭୁବନ ର ଲୁଗା ବ୍ୟବସାୟି ରାମ ଅବତାର ମହେଟ୍ଟାଙ୍କ ଘରୁ ଭୋର ସମୟ ଚାରିଟା ସମୟରେ ଚୋରି ହୋଇଥିବା ଅନୁମାନ କରାଯାଉଛି । ରାମଙ୍କ କହିବା ଅନୁସାରେ ,ସେ ରାତି ତିନିଟା ପରେ ଉଠିଥିଲେ ଏବଂ ପୁଣି କିଛି ସମୟ ପାଇଁ ଶୋଇଯାଇଥିଲେ । ପ୍ରାୟ ଏକ ଘଣ୍ଟା ପରେ ଉଠିବା ବେଳକୁ ଘର ଝରକା ଗ୍ରିଲ ଭାଙ୍ଗି ଲୁଟ ଚୋରମାନେ ସୁନାଗହଣା ସମେତ ଝିଆରି ବିବାହ ନିମନ୍ତେ ରଖିଥିବା ପନ୍ଦର ହଜାର ଦଶଟଙ୍କିଆ, କୋଡି଼ଏ ଟଙ୍କିଆ ନୋଟ ଚୋରି ହୋଇଯାଇଥିଲା । ଏଥିସହିତ ଘରର ବାହାରକୁ ଯିବାକୁ ସମସ୍ତ କବାଟ ବାଟ ବନ୍ଦ ହୋଇଥିବା ଯାଣିବାକୁ ପାଇଥିଲେ । ପଡିଶା ଘର ଲୋକଙ୍କୁ ଡକାଇ ନିଜେ ଉଦ୍ଧାର ପାଇବା ପରେ ଏ ସଂକ୍ରାନ୍ତ ରେ ଭୁବନ ଥାନାରେ ଅଭିଯୋଗ କରିଥିବା ଯଣାପଡିଛି । ସେହିପରି ନାବେଦଙ୍କ ଘର ଝରକା ଗ୍ରିଲ ଭାଙ୍ଗି ଦୁଇଟି ସୁନା ହାର, ଅଳଙ୍କାର ଓ ଟଙ୍କା ଚୋରି କରିଛନ୍ତି ଚୋରମାନ । ଯାହାକି ଭୁବନ ଅଞ୍ଚଳରେ ଚୋର ଗ୍ୟାଙ୍ଗ ସକ୍ରିୟ ଥିବା ଅନୁମାନ କରାଯାଉଛି ।

ସକାଳେ ଚୋରି ଘଟଣା ଯାଣିବା ପରେ ଉଭୟ ପରିବାର ଭୁବନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଭୁବନ ଥାନାଧିକାରୀ ସୌଭାଗ୍ଯ କୁମାର ସ୍ବାଇଁ ଘଟଣା ସ୍ଥଳ ଯାଇ ତଦନ୍ତ କରିବା ସହ ଜିଲ୍ଲା ସାଇଣ୍ଟିଫିକ ଟିମ ଓ ଅନୁସନ୍ଧାନୀ କୁକୁର ଡକାଇ ଅଧିକ ତଦନ୍ତ କରିବା ନେଇ ତତ୍ପର ଥିବା ଯଣାପଡିଛି । କିଛିଦିନ ହେବ ଭୁବନ ଅ଼ଞ୍ଚଳରେ ଚୋର ମାନଙ୍କ ଦୌରାତ୍ମ୍ଯ ବୃଦ୍ଧି ପାଇଥିବାରୁ ପୋଲିସ୍ ରାତିରେ କଡା ପେଟ୍ରୋଲିଂ ବ୍ଯବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି I

Leave A Reply

Your email address will not be published.

two × 3 =