ଢ଼େଙ୍କାନାଳ ବିଜେପି କୋର କମିଟି ବୈଠକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ !


 ଢେଙ୍କାନାଳ  : ଢେଙ୍କାନାଳ  ବିଜେପି ଜିଲ୍ଲା କାର୍ଯ୍ୟାଳୟଠାରେ ଆଜି ଅନୁଷ୍ଠିତ ଲୋକସଭା ବିଜେପି ପ୍ରବାସ ଯୋଜନାର କୋର୍ କମିଟି ବୈଠକରେ  କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ  ଯୋଗଦେଇ ନେତୃବୃନ୍ଦଙ୍କ ସହିତ ସାତଟି ବିଧାନସଭା ନିର୍ବାଚନ କ୍ଷେତ୍ରର ଦଳର ସାଙ୍ଗଠନିକ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ କଠିନ ପରିଶ୍ରମ କରି ଏବେଠାରୁ ପ୍ରସ୍ତୁତ ରହିବା ପାଇଁ ଉପସ୍ଥିତ କୋର୍ କମିଟି ଓ ନେତୃବୃନ୍ଦଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଲୋକସଭା କ୍ଷେତ୍ରର ୧୭୦୬ଟି ବୁଥ୍‌ର ସଂଗଠନକୁ ତୃଣମୂଳ ସ୍ତରରୁ ଦୃଢ କରିବା ପାଇଁ ସଂଗଠନ ସଶକ୍ତିକରଣ, ଲାଭାର୍ଥୀମାନଙ୍କ ସହିତ ସଂପର୍କ ସ୍ଥାପନ, କାର୍ଯ୍ୟକର୍ତାଙ୍କ ପ୍ରବାସ ଓ ବୁଥ ସ୍ତରୀୟ ସାମାଜିକ ସମୀକରଣ ଉପରେ ପ୍ରଧାନ୍ୟ ଦେଇ ଏକ ରୋଡ୍‌ମ୍ୟାପ୍ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଇଥିଲେ ।

ଗତ ଫେବୃଆରୀ ୨୮ ତାରିଖ ରାଜ୍ୟ ଯୁବମୋର୍ଚ୍ଚା ତରଫରୁ ରାଜ୍ୟ ସରକାରଙ୍କର ବିପର୍ଯ୍ୟସ୍ତ ଆଇନ୍‌ଶୃଙ୍ଖଳା ବିରୋଧରେ ଭୁବନେଶ୍ୱରରେ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରି ଅନ୍ୟାୟ ଭାବେ ଗିରଫ ହୋଇ ୫୮ଦିନ ଜେଲ୍‌ରେ ରହି ମୁକ୍ତ ହୋଇଥିବା ଢେଙ୍କାନାଳର ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଦୀପକ କୁମାର ଗୋଚ୍ଛାୟତ, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟରଞ୍ଜନ ଭୂୟାଁ, ଜିଲ୍ଲା ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ସାମଲ ଓ ସଂଯୋଜକ ବିଭୁତି ଭୂଷଣ ଷଣ୍ଢଙ୍କୁ ମନ୍ତ୍ରୀ ଶ୍ରୀ ରାୟ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ ।

ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ବୈଠକରେ ଅଧ୍ୟକ୍ଷତା କରିଥିବାସ୍ଥଳେ ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି, ଲୋକସଭା ପ୍ରବାସ ଯୋଜନା ପ୍ରଭାରୀ ସୀମାଂଚଳ ଖଟେଇ, ରାଜ୍ୟ ପ୍ରବାସ ଯୋଜନା ସହ-ସଂଯୋଜକ ଧୀରେନ୍ ସେନାପତି, ଅନୁଗୁଳ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ମଂଚାସୀନ ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ଭୂଷଣ ପ୍ରଧାନ, ଶତୃଘନ ଜେନା, ନିରୋଜ ନଳିନୀ ମହାଳିକ, ପ୍ରତାପ ପ୍ରଧାନ, ଅଶୋକ ମହାନ୍ତି, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଜିଲ୍ଲା ମିଡିଆ ପ୍ରଭାରୀ  ନବକିଶୋର ଗୁରୁ, ଢେଙ୍କାନାଳ ଲୋକସଭା ବିସ୍ତାରକ ଅମୃତ ରଞ୍ଜନ ସ୍ୱାଇଁ, ପ୍ରବାସ ଯୋଜନା ପ୍ରଭାରୀ, ପରଜଙ୍ଗ- ମାତୃପ୍ରସାଦ ନନ୍ଦ, ହିନ୍ଦୋଳ-ସୁନିଲ୍ ଶର୍ମା, ଢେଙ୍କାନାଳ ସଦର-ଉମେଶ ନନ୍ଦ, କାମାକ୍ଷାନଗର-ରତିକାନ୍ତ ସାହୁ, ଅନୁଗୁଳ-ଯଜାତି ପଟ୍ଟନାୟକ, ତାଳଚେର-ସୁଦିପ ଗଡନାୟକ, ପାଲଲହଡା- ଚନ୍ଦନ ସ୍ୱରାଜ, ସଂଯୋଜକ ଢେଙ୍କାନାଳ-ବିଷ୍ଣୁ ପ୍ରସାଦ ଲେଙ୍କା, ହିନ୍ଦୋଳ-ପ୍ରଶାନ୍ତ  ପ୍ରଧାନ, ସହ-ସଂଯୋଜକ ସହଦେବ ପୃଷ୍ଟି, କାମାକ୍ଷାନଗର-ଜଗବନ୍ଧୁ ପୃଷ୍ଟି, ଅନୁଗୁଳ- ଦିଲ୍ଲୀପ ଦାସ, ସହ-ସଂଯୋଜକ ପ୍ରଭାତ ପ୍ରଧାନ, ପାଲଲହଡା – ବିଜୟ ମାଝି, ପର୍ଜଙ୍ଗ ପଂଚାୟତସମିତି ଉପାଧ୍ୟକ୍ଷା ଯଶ୍ୱସିନୀ ରାଉତ, ଢେଙ୍କାନାଳ ଜିଲ୍ଲା ଉପସଭାପତି  ସନାତନ ବେହେରା, କୋଷାଧ୍ୟକ୍ଷ ସଞ୍ଜୀବ ମହାପାତ୍ର, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଞ୍ଜନ ପାଣି, ଜିଲ୍ଲା ଆଇଟି ସେଲ୍ ସଂଯୋଜକ ରମ୍ୟ ରଞ୍ଜନ ମହାପାତ୍ର, ମହିଳାମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁ, ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ଏସ୍‌.ସି. ମୋର୍ଚ୍ଚା ସଭାପତି ଲକ୍ଷ୍ମୀଧର ଦଳେଇ, ଢେଙ୍କାନାଳ ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁଙ୍କ ସମେତ ଢେଙ୍କାନାଳ ଜିଲ୍ଲାର ୩୧ ମଣ୍ଡଳ ସଭାପତି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ସର୍ବଶେଷରେ ଜିଲ୍ଲା ଉପସଭାପତି ବିଷ୍ଣୁପ୍ରସାଦ ଲେଙ୍କା ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

5 × five =