ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କର ଜମି ଜବର ଦଖଲ : ଉପଯୁକ୍ତ ତଦନ୍ତ ପାଇଁ ସବ୍ କଲେକ୍ଟର ଙ୍କୁ ଅନୁରୋଧ ପତ୍ର ପ୍ରଦାନ !
ଢ଼େଙ୍କାନାଳ: ସାମୁହିକ ସ୍ବାର୍ଥ କୁ ଆଖି ଆଗରେ ରଖି ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଚାରିକୋଟି ଓଡିଆ ର ମଉଡମଣି ବିଶ୍ବ ନିୟନ୍ତା ଙ୍କର ନିଜିଗଡ,ହିନ୍ଦୋଳ ଙ୍କର ଜମି ଜବର ଦଖଲ ସମ୍ବନ୍ଧରେ ଉପଯୁକ୍ତ ତଦନ୍ତ ପାଇଁ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ର ସମସ୍ତ ସେବକ ସେବିକା ଗଣ ହିନ୍ଦୋଳ ସବ୍ କଲେକ୍ଟର ଙ୍କୁ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି ।
ପ୍ରକାଶ ଥାଉକି ରାସୋଳ ମୌଜାସ୍ଥ ଖାତା ନଂ -୮୭୯ ଭୁକ୍ତ ଜମା ଜମି ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ,ନିଜିଗଡ ହିନ୍ଦୋଳ ମାର୍ଫତ,ଦେବୋତ୍ତର ବିଭାଗ ତରଫ ଟ୍ରଷ୍ଟି ବୋର୍ଡ ଙ୍କର ନାମେ ସ୍ଥିତିବାନ ସତ୍ବେ ରେକର୍ଡ ଅଛି।ଉଲ୍ଲିଖିତ ଖାତାଭୁକ୍ତ ଜମାଜମି ପ୍ଲଟ ନଂ -୩୭୧୮,କିସମ ଶାରଦ-୩,ଏ 0:୧୪ ଡେଃ ଜମି ପ୍ରଭୁ ଜଗନ୍ନାଥଙ୍କ ନିଜ ଦଖଲ ରେ ଥିବା ବେଳେ ରାସୋଳ ର ଜନୈକ ବ୍ଯକ୍ତି ନିଜସ୍ୱ ସ୍ବାର୍ଥ ହାସଲ ନିମନ୍ତେ ଜବରଦଖଲ କରିଛନ୍ତି।
ବହୁ ଦିନ ହେଲା ଏହି ଜମି ଖୋଲା ମେଲା ହୋଇ ପଡି ଥିବା ବେଳେ ରାସୋଳ ର ଏକ କ୍ଲବ ବୃକ୍ଷ ରୋପଣ ପାଇଁ ମନସ୍ଥ କରି ଗୋଟିଏ ଫଳକ ମାରିଥିଲେ ଯାହାକି ସାମୁହିକ ସ୍ବାର୍ଥ ଦୃଷ୍ଟି ରୁ ଗ୍ରହଣ ଯୋଗ୍ୟ ହୋଇପାରେ କିନ୍ତୁ ବ୍ଯକ୍ତିଗତ ସ୍ବାର୍ଥ ହାସଲ କରିବା ପାଇଁ ରାସୋଳ ଗ୍ରାମ ର ଜନୈକ ବ୍ଯକ୍ତି ଜଣକ ଫଳକ କୁ ଉପାଡି ଅସ୍ଥାୟୀ ଗୃହ ନିର୍ମାଣ କରିବା ସହିତ ସ୍ଥାୟୀ ଗୃହ ନିର୍ମାଣ ପାଇଁ ଏହି ଜମି ଉପରେ ବାଲି ,ଇଟା,ପଥର ଆଦି ଗଦା କରିଛନ୍ତି ।
ବ୍ଯକ୍ତିଗତ ସ୍ବାର୍ଥ ନିମିତ୍ତ ମହାପ୍ରଭୁ ଜଗନ୍ନାଥ ଙ୍କର ଜମି କୁ ଜବର ଦଖଲ କରିବା କେତେଦୂର ଯୁକ୍ତିଯୁକ୍ତ।ବର୍ତ୍ତମାନ ଏହା ସର୍ବସାଧାରଣ ରେ ଆଲୋଚ୍ୟ ବିଷୟ ବସ୍ତୁ ହୋଇ ଥିବା ବେଳେ ଯଥା ଶୀଘ୍ର ଉପଯୁକ୍ତ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଉଚିତ ବୋଲି ବହୁ ବୁଦ୍ଧିଜୀବୀ ମତ ପ୍ରଦାନ କରନ୍ତି।