ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଢେଙ୍କାନାଳ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖା ନିକଟରେ ଗଣ ବିଖ୍ୟୋଭ ଅନୁଷ୍ଠିତ ହୋଯାଇଅଛି ।
ଉକ୍ତ ବିକ୍ଷୋଭରେ ବହୁ କଂଗ୍ରେସ କର୍ମୀ ଯୋଗଦେଇ କେନ୍ଦ୍ରର ମୋଦି ସରକାର ବିରୋଧରେ ନାରା ବାଜି ଦେଇ ମୋଦି ସରକାର ଆଦାନୀ ସମୂହକୁ ଅହେତୁକ ଅନୁକମ୍ପା ଦେଖାଇ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ଓ ଭାରତୀୟ ଜୀବନ ବୀମା ନିଗମର ବହୁ ଅର୍ଥ ବିନିଯୋଗ କରି ଦେଶର ଅର୍ଥ ନୀତିକୁ ସଂକଟରେ ପକାଇ ଦେଇଛନ୍ତି ।
ଏହା ଉପରେ ଚଳିତ ସଂସଦ ଅଧିବେଶନରେ ଆଲୋଚନା କରାଯିବା ପାଇଁ ମୁଖ୍ୟ ବିରୋଧି ଭାବେ କଂଗ୍ରେସ ଦାବି କରି ଆସୁଥିଲେ ମଧ୍ୟ ସରକାର ଏହାକୁ ବୃକ୍ଷେପ ନ କରି ଗଣତନ୍ତ୍ରର ସଂସଦୀୟ ପରମ୍ପରାକୁ କଠୋରଘାତ କରିଅଛନ୍ତି । ଏଣୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗଣ ବିକ୍ଷୋଭ କରାଯାଇ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଜଏଂଟ୍ ପାର୍ଲାମେଣ୍ଟାରୀ କମିଟି ଗଠନ କରାଯାଇ ଏହି ଅର୍ଥନୈତିକ ଅନିୟମିତତାର ତଦନ୍ତ ଦାବି କରାଯାଇଅଛି ।
ଉକ୍ତ ବିକ୍ଷୋଭରେ ଜିଲ୍ଲା ମୁଖପାତ୍ର ପ୍ରେମ ଶଙ୍କର ମିଶ୍ର, କିସାନ କଂଗ୍ରେସ ସଭାପତି ବିପ୍ରବର ସାହୁ, ମହିଳା ସଭାନେତ୍ରୀ ସ୍ମିତାରାଣୀ ସାମଲ, ଛାତ୍ର ସଭାପତି ଶୁଭମ ଦାଶ, ନଗର ସଭାପତି ହାଇଦର ମହମ୍ମଦ, ନଗର ମହିଳା ସଭାନେତ୍ରୀ ଶିଳ୍ପୀଶ୍ରୀ ହରିଚନ୍ଦନ, ବରିଷ୍ଠ ନେତା ସୁନିଲ ଦାଶ, ନିର୍ମଳ ମିଶ୍ର, ନିଶାକର ସାହୁ, ଜିତେନ୍ଦ୍ର ସାହୁ, ହୃଦୟାନନ୍ଦ ମହାନ୍ତି, ସୂଚନା ଅଧିକାର କର୍ମୀ ପ୍ରିୟବ୍ରତ ଗଡନାୟକ୍, ରସାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କର ଏତାଦୃଶ କାର୍ଯ୍ୟକୁ ତୀବ୍ର ନିନ୍ଦା କରିଥିଲେ । ସର୍ବଶେଷରେ ଟାଉନ ଉପସଭାପତି ଫକୀର ବେହେରା ଧନ୍ୟବାଦ ଦେଇ ଭିକ୍ଷୋଭ ସାଙ୍ଗ କରିଥିଲେ ।