ବରିଷ୍ଠ ନାଗରିକ ସଂଘ ସହଯୋଗ ରେ ବାପାଙ୍କ ସ୍ମୃତିରେ ମାଗଣା ରକ୍ତ ପରିକ୍ଷା ଶିବିର !

ଢ଼େଙ୍କାନାଳ : ବାପା ପିଲାମାନଙ୍କୁ ପାଠ ପଢାଇ ଭଲ ମଣିଷ ହେବାକୁ ଶିକ୍ଷା ଦିଅନ୍ତି, ଯେପରି ପୁଅ ବଡହୋଇ ସମାଜ ର ସେବା କରିପାରିବ ।

ସେହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଯେଉଁଠି ପୁତ୍ର ସ୍ୱର୍ଗତ ବାପାଙ୍କ ଇଛ୍ଛାକୁ ପରିପୁରଣ କରିପାରିଛି ।

ଭୁବନ ବରିଷ୍ଠ ନାଗରିକ ସଂଘ ର ସଦସ୍ଯ ସ୍ୱର୍ଗତ ମୁରଲୀଧର ସାହୁଙ୍କ ସ୍ମୃତିରେ ତାଙ୍କ ଡାକ୍ତର ପୁତ୍ର ସରୋଜ କୁମାର ସାହୁ ବରିଷ୍ଠ ନାଗରିକ ସଂଘ ର ସଦସ୍ୟମାନଙ୍କ ସହଯୋଗ ରେ ସଂଘ ଗୃହ ରେ ଏକ ମାଗଣା ରକ୍ତ ନମୁନା ଓ ରକ୍ତଚାପ ପରିକ୍ଷା ଶିବିର ସଫଳତାର ସହ ସମ୍ପାଦିତ କରିଛନ୍ତି ।

ଉକ୍ତ ଶିବିରରେ ପଚାଶ ରୁ ଉର୍ଦ୍ଧ ରୋଗୀ ମାଗଣା ରକ୍ତ ପରିକ୍ଷା ଲାଭ ଉଠାଇଥିଲେ । ସଂଘର ସଭାପତି ଶ୍ରୀଧର ବେହେରା, ସମ୍ପାଦକ ମାଧବାନନ୍ଦ ସାହୁ, ବିଦ୍ୟାଧର ବିହାରୀ, ବେଣୁଧର ଗୁରୁ, ବ୍ରହ୍ମାନନ୍ଦ ସାହୁ, ନନ୍ଦ କିଶୋର ସାହୁ,ମନମୋହନ ସାହୁ,ଗିରିଧାରୀ ସାହୁ,ଚିତରଞ୍ଜନ ସାହୁ,ରଘୁନାଥ ବେହେରା,ରାଜକିଶୋର ମିଶ୍ର ,ପ୍ରଭାତ କୁମାର କୁଅଁର ଏବଂ ଅନ୍ୟମାନେ ଉପସ୍ଥିତ ରହି ଏହି ଶିବିର ର ସୁପରିଚାଳନା କରିଥିଲେ ।

Leave A Reply

Your email address will not be published.

1 × four =