ଢେଙ୍କାନାଳ : ରୟାଲ୍ କ୍ରିକେଟ୍ କ୍ଲବ୍ ଦ୍ୱାରା ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଂଟ ଅଦ୍ୟ ଉଦ୍ଯାପିତ ହୋଇଯାଇଅଛି । ଟୁର୍ଣ୍ଣାମେଣ୍ଟ ଟି ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବାବେଳେ ଅଦ୍ୟ ଆଭେଞ୍ଜର-୧୧ ସହିତ ସିଲ୍ଭଲ ଷ୍ଟାର୍ ମଧ୍ୟରେ ଫାଇନାଲ୍ ଖେଳ ହୋଇଥିଲା ।
ଏହି ଖେଳରେ ପ୍ରଥମେ ଆଭେଞ୍ଜର-୧୧ ବ୍ୟାଟିଙ୍ଗ୍ କରି ୧୫ ଓଭରରେ ୯୦ ରନ୍ କରିଥିଲା । ଜବାବ୍ରେ ସିଲ୍ଭର ଷ୍ଟାର୍ ୧୩ ଓଭରରେ ସମସ୍ତ ରନ୍ରେ ଜିତିବା ସହିତ ଚମ୍ପିୟାନ୍ ହୋଇଥିଲେ । ସିଲ୍ଭର ଷ୍ଟାର୍ ଟିମ୍ ଖେଳାଳୀ ରାବଡା ମ୍ୟାନ୍ ଅପ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ ।
ଏହି ଟୁର୍ଣ୍ଣାମେଣ୍ଟ ରେ ଢେଙ୍କାନାଳ ପୌରପିରିଷଦର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୂଅଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସିଲ୍ଭର ଷ୍ଟାର୍ ଟିମ୍କୁ ଚମ୍ପିୟନ୍ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ପୌରପରିଷଦର ୩ନଂ ୱାର୍ଡର କାଉନ୍ସିଲର ଅଭିମନ୍ୟୁ ପଣ୍ଡା ଓ ୬ନଂ ୱାର୍ଡର କାଉନ୍ସିଲର ସନ୍ଦୀପ୍ କୁମାର ଷଡଙ୍ଗୀ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । କ୍ଲବ୍ର ସମସ୍ତ ସଦସ୍ୟମାନେ ସମସ୍ତ ଖେଳକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।