ଢେଙ୍କାନାଳ : ଜିଲ୍ଲା ବଧିର ସଂଘ ଦ୍ୱାରା ଆୟୋଜିତ ଦ୍ୱିତୀୟ ଟି-୨୦ ବଧିର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମାଂଟ୍ ସ୍ଥାନୀୟ ଢେଙ୍କାନାଳ ସ୍ୱୟଂ ସାଶିତ ମହାବିଦ୍ୟାଳୟ ଖେଳ ପଡିଆଠାରେ ଢେଙ୍କାନାଳ ବଧିର ଟିମ୍ ଓ ଅନୁଗୁଳ ବଧିର ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି ।
ଅନୁଗୁଳ ଜିଲ୍ଲା ବଧିର କ୍ରିକେଟ୍ ଟିମ୍ ଟଚ୍ ଜିତି ପ୍ରଥମେ ବ୍ୟାଟିଙ୍ଗ୍ କରି ୧୮.୫ ଓଭରରେ ସମସ୍ତ ଉଇକେଟ୍ ହରାଇ ୮୯ରନ୍ କରିଥିଲା । ଜବାବ୍ରେ ଢେଙ୍କାନାଳ ବଧିର କ୍ରିକେଟ୍ ଟିମ୍ ମାତ୍ର ୯ ଓଭରରେ ୪ ଉଇକେଟ୍ ହରାଇ ଧାର୍ଯ୍ୟ ରନ୍କୁ ପୁରଣ କରି ବିଜୟୀ ହୋଇଥିଲା । ଢେଙ୍କାନାଳ ତରଫରୁ ସତ୍ୟବ୍ରତ ସାହୁ ସର୍ବାଧିକ ୩୬ ରନ୍ କରି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଥିବାବେଳେ ଅନୁଗୁଳ ଟିମ୍ ପକ୍ଷରୁ ସୋନି ଗୁପ୍ତା ୫ ଉଇକେଟ୍ ଅକ୍ତିଆର କରିଥିଲେ ।
ଢେଙ୍କାନାଳ ବଧିର ଟିମ୍ ୨ଟିକିଆ ସିରିଜ୍ରେ ୨ଟି ଯାକ ମ୍ୟାଚ୍ ଜିତି ସିରିଜ୍ ଘୋଷିତ ହୋଇଥିଲା । ଉକ୍ତ ମ୍ୟାଚ୍ରେ ଢେଙ୍କାନାଳ ପୌର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର ମୁଖ୍ୟ ଅତିଥି, ବଧିର ସଂଘର ଜିଲ୍ଲା ସଭାପତି ମନୋରଞ୍ଜନ ସାମଲ, ଉପସଭାପତି ବସନ୍ତ ପଟ୍ଟନାୟକ ଓ ସାଧାରଣ ସଂପାଦକ ଅକ୍ଷୟ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ । ସୋନାଲି ସାମଲ ବଧିର ସଂକେତରେ ମ୍ୟାଚ୍ର ଧାରାବିବରଣୀ କରିଥିଲେ ।