ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ)ତରଫରୁ ପୋଷାକ ଓ ଶୀତ ବସ୍ତ୍ର ପ୍ରଦାନ !

ଢେଙ୍କାନାଳ : ହିନ୍ଦୋଳ ବ୍ଲକର ସ୍ଵେଚ୍ଛାସେବୀ ସଂଗଠନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ(ଜନ ମଙ୍ଗଳ) ରାସୋଳ ତରଫରୁ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମଧୁସାପାଟଣା ଗ୍ରାମ ପଞ୍ଚାୟତର କାଉଚିନାଳୀ,ଗୋଡିସାହି, ବିମ୍ବୋଳ ଆଦି ଗ୍ରାମରେ ଆର୍ଥିକ ଅନଗ୍ରସର ଆଦିବାସୀ ଜୁଆଙ୍ଗ ସଂପ୍ରଦାୟର ମହିଳା ମାନଙ୍କୁ ସଂଗୃହୀତ ବ୍ଯବହାର ଯୋଗ୍ୟ ଶାଢୀ,ପୁରୁଷ ଲୋକ ମାନଙ୍କୁ ସାର୍ଟ,ପ୍ଯାଣ୍ଟ ସମେତ ଶୀତ ବସ୍ତ୍ର,ତଥା ନୂତନ ଶୀତ ଟୋପି ପ୍ରଦାନ କରାଯାଇଛି।

ସଂଗଠନ ର ଉପଦେଷ୍ଟା ଦିପ୍ତୀ ରଞ୍ଜନ ପଣ୍ଡା ତଥା ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଉକ୍ତ ଅଞ୍ଚଳର ଯୁବ ସମାଜସେବୀ ଅଭିମନ୍ୟୁ ସାହୁ ଙ୍କର ସହଯୋଗ କ୍ରମେ ଜୁଆଙ୍ଗ ସଂପ୍ରଦାୟର ଅଧିବାସୀ ମାନଙ୍କୁ ଗ୍ରାମ ର କମ୍ଯୁନିଟ୍ ସେଣ୍ଟର ଠାରେ ଏକତ୍ରିତ କରାଯାଇ ଆବାଳବୃଦ୍ଧବନିତା ଙ୍କୁ ସଂଗଠନ ର ସଭାନେତ୍ରୀ ନିରୁପମା ମିଶ୍ର,ସହ ସଂଯୋଜକ (ଅର୍ଥ) ଭରତ ମହାରଣା,ଆଜୀଵନ ସେବକ ମନ୍ମଥ ଵିଶ୍ବାଳ , ସେଵକ ବିଶ୍ବଜିତଙ୍କର ସହାୟତା ରେ ସଫଳତା ର ସହ ବସ୍ତ୍ରଦାନ ସମ୍ପାଦିତ ହୋଇଛି।

ଏତାଦୃଶ ସେବା କାର୍ଯ୍ୟ ରେ ବହୁ ଅସହାୟ ଲୋକ ଉପକୃତ ହେବା ସଙ୍ଗେ ସଙ୍ଗେ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିବା ସହିତ ଆନ୍ତରିକ ସାଧୁବାଦ ତଥା ଅଶେଷ ଧନ୍ୟବାଦ ପ୍ରଦାନ ପୂର୍ବକ ସଂଗଠନ ର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। ଆଗାମୀ ଦିନ ରେ (ଜନ ମଙ୍ଗଳ)ରାସୋଳ ସଂଗଠନ ତରଫରୁ ସେବାକାର୍ଯ୍ଯ କୁ ସାରା ଓଡିଶା ର ବିଭିନ୍ନ ଅଞ୍ଚଳ ରେ ସର୍ବସାଧାରଣ ଙ୍କର ଆଶୀର୍ବାଦ ଏବଂ ପୂର୍ଣ୍ଣ ସହଯୋଗ ରେ ସେବା ପ୍ରଦାନ କରାଯିବ ବୋଲି ସଂଗଠନ ର ସଭାନେତ୍ରୀ ନିରୁପମା ମିଶ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

nine + 6 =