ଢ଼େଙ୍କାନାଳ : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପ୍ରଥମ ଥର ପାଇଁ “ରାହାଗିରି” ଅନୁଷ୍ଠିତ ହେବ ।
ଏଥି ନିମନ୍ତେ ଆଜି ଏନଏସି ସଦ୍ଭାବନା ଗୃହ ଠାରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ , ବିଡିଓ କଲ୍ୟାଣ ସୌରଭ ଦାଶ , ତହସିଲଦାର ,ଗୋଷ୍ଠୀ ଶିକ୍ଷାଧିକାରୀ , କଲେକ ଅଧ୍ୟକ୍ଷ , ସ୍କୁଲ ଶିକ୍ଷକ ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, କାଉନସିଲର ଏବଂ ଏନଏସି କର୍ମଚାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
“ରାହାଗିରି” କାର୍ଯ୍ୟକ୍ରମରେ ପଥପ୍ରାନ୍ତ ନାଟକ , ଝୋଟି , ମୁରୁଜ , ବାଲୁକାକଳା , ଟେରାକୋଟା , ଓଡିଶୀ , ନୃତ୍ୟ , ସଙ୍ଗୀତ ,ଏକକ ଅଭିନୟ ଏବଂ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା । ଆସନ୍ତା ୮ ତାରିଖ ରବିବାର ସକାଳ ୭ ଘଟିକା ଠାରୁ ଦିବା ୧୦ ଘଟିକା ପର୍ଯ୍ୟନ୍ତ କାଳୀବଜାର ଠାରୁ ଏନଏସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ସର୍ବସାଧାରଣଙ୍କ ଯାତାୟତ ନିମନ୍ତେ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।