ହିନ୍ଦୋଳ ଏନ୍ ଏ ସି ରେ ରାହାଗିରି ପଥ ଉତ୍ସବ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !

ଢ଼େଙ୍କାନାଳ : ହିନ୍ଦୋଳ ଏନ୍ ଏ ସି ରେ ଆୟୋଜିତ ହେବାକୁ ଥିବା ରାହାଗିରି ପଥ ଉତ୍ସବ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସରେ ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ଅୟୋଜିତ ହେବାକୁ ଥିବା ଆନ୍ତର୍ଜାତୀୟ ପୁରୁଷ ହକି ବିଶ୍ଵକପ୍ ପାଇଁ ସାରା ରାଜ୍ୟ ଏବେ ଚଳଚଞ୍ଚଳ ହୋଇ ପଡିଛି।

ଏହି ପରିପ୍ରେକ୍ଷୀରେ ପ୍ରଥମ ଥର ପାଇଁ ହିନ୍ଦୋଳ ଏନ୍ ଏ ସି ରେ ଆସନ୍ତା ୮ ତାରିଖ ରବିବାର ଦିନ ଏକ ପଥ ଉତ୍ସବ ବା ରାହାଗିରି ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି।ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଠାରୁ ମେଡିକାଲ ଛକ ମଧ୍ୟରେ ଏହି କାର୍ଯ୍ୟକ୍ରମ ହେବ ବୋଲି ନିର୍ଦ୍ଧାରିତ ହୋଇଛି।ସକାଳ ୭ ଘଟିକାରେ ବିଭିନ୍ନ ମହିଳା ଏସଏଚଜି ଗ୍ରୁପ୍,ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବାଲୁକାଶିଳ୍ପୀ, ସୁନାମଧନ୍ୟ କଳାକାର ଓ ଅଞ୍ଚଳର ପ୍ରତିଭା ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଝୋଟି,ରଙ୍ଗୋଲି,ଚିତ୍ରାଙ୍କନ,ଗୀତ ନାଚ ଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଏଥିରେ ସ୍ଥାନ ପାଇବ ବୋଲି ସ୍ଥିର ହୋଇଛି ଓ ଅଞ୍ଚଳର ଯେଉଁ ପ୍ରତିଭା ମାନେ ଉକ୍ତ କାର୍ଯ୍ୟକ୍ରମରେ ଭାଗନେବା ପାଇଁ ଇଛୁକ ସେହି ପ୍ରତିଭା ମାନେ ଏନ୍ ଏ ସି କତୃପକ୍ଷଙ୍କ ସହ ଯୋଗାଯୋଗ କରି ଅଂଶ ଗ୍ରହଣ କରିପାରିବେ ବୋଲି ଉପଜିଲ୍ଲାପାଳ ଓ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି,ତେବେ ଏ ନେଇ ଏକ ପ୍ରାଶାସନିକ ପ୍ରସ୍ତୁତି ବୈଠକ ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ହିନ୍ଦୋଳ ବିଧାୟିକା,ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ବାଇଁ,ତହସିଲଦାର ଶୁଶାନ୍ତ ମିଶ୍ର, ହିନ୍ଦୋଳ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍ ଶ୍ରୀନିବାସ,ଉପଖଣ୍ଡ ଚିକିତ୍ସା ଅଧିକାରୀ, ଏନ୍ ଏ ସି ଉପାଧ୍ୟକ୍ଷ ଏବଂ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.

one × 1 =