ସ୍ୱେଚ୍ଛାସେବୀ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ପକ୍ଷରୁ ମୁଁ ଓଡିଆ ଲୋକାର୍ପିତ !

ଢେଙ୍କାନାଳ : ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ପକ୍ଷରୁ ଶ୍ରୀବଳରାମଜୀଉ ମନ୍ଦିର ନିକଟ କ୍ଲବ୍ କାର୍ଯ୍ୟାଳୟ ସମ୍ମୁଖରେ ସେଲ୍‌ଫି ପଏଂଟ୍ “ମୁଁ ଓଡିଆ” ଲୋକାର୍ପିତ ହୋଇଯାଇଛି ।

ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ବିଧାୟକ ସୁଧୀର କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ସେଠୀ, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ପୂର୍ବତନ ପୌରାଧ୍ୟକ୍ଷ ଶୁଧାଂଶୁ କୁମାର ଦଳେଇ, ଲେଖକ ସଂସଦର ସଭାପତି ବସନ୍ତ ପଟ୍ଟନାୟକ, ବରିଷ୍ଠ ନାଗରିକ ମୂରଲୀଧର ଭଞ୍ଜ, ଶ୍ରୀରାମ ସେବା ସଦନର ପ୍ରତିଷ୍ଠାତା ଦୀପକ ମିଶ୍ର, ସଞ୍ଜୟ ଭଞ୍ଜ, କାଉନ୍‌ସିଲର ସନ୍ଦୀପ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଉତ୍ସବରେ ୮୬ତମ ଓଡିଶା ଦିବସ ଉପଲକ୍ଷେ ଦସ୍ତଖତ ଅଭିଯାନ ” ମୁଁ ଗର୍ବରେ କହେ ମୁଁ ଓଡିଆ” କରାଯାଇଥିଲା । ବଜରଙ୍ଗ କ୍ଲବ୍‌ର ଏହି ସୁନ୍ଦର ପ୍ରୟାସ ସମସ୍ତ ଅତିଥି ପ୍ରଶଂସା କରିଥିଲେ । ସାଂପ୍ରତିକ ପରିସ୍ଥିତିରେ ଓଡିଆ ଭାଷା ଓ ଓଡିଆଚଳଣୀ ପ୍ରତି ଯୁବପିଢୀଙ୍କର କମିଯାଉଥିବା ମାନସିକତାକୁ ଦେଖି ସେମାନଙ୍କ ମନରେ ଓଡିଆ ପ୍ରୀତି ଜାଗ୍ରତ କରାଇବା ହିଁ କ୍ଲବ୍‌ର ପ୍ରୟାସ ଥିଲା । ଏହିଭଳି ଛୋଟ ପ୍ରୟାସ ମଧ୍ୟ ଆଗକୁ ଜାରି ରହିବ ବୋଲି କ୍ଲବ୍ ତରଫରୁ ପ୍ରକାଶ କରାଯାଇଥିଲା

ଏହି କାର୍ଯ୍ୟକ୍ରମରେ କ୍ଲବ୍‌ର ସଭାପତି ଅମରେନ୍ଦ୍ର ସାମଲ, ସମ୍ପାଦକ ଶୁଭେନ୍ଦୁ କୁମାର ଷଡଙ୍ଗୀ, କୋଷାଧ୍ୟକ୍ଷ ପ୍ରିୟବ୍ରତ ସାସମଲ୍‌, ସଭ୍ୟ ବିଭୁପ୍ରସାଦ ମହାପାତ୍ର, ଦେବାଶିଷ ନାୟକ, ଦେବାଶିଷ ଦାଶ, ପ୍ରିୟରଞ୍ଜନ ଛୋଟରାୟ, ସୁବ୍ରତ ଦାସ, ଜ୍ୟୋତି ପ୍ରକାଶ ବେହେରା, ସୂର୍ଯ୍ୟକାନ୍ତ ବେହେରା, କୃଷ୍ଣଚନ୍ଦ୍ର ନାୟକ, ମଳୟ କୁମାର ବିନ୍ଧାଣୀ, ରତିରଞ୍ଜନ ପଣ୍ଡା, ବବୁଲ୍ ଦାସ, ରବିନ୍ଦ୍ର ବେହେରା, ଦୁର୍ଗାପ୍ରସାଦ ବେହେରା, ଦେବାଶିଷ ମିଶ୍ର, ରାହାସ ବିହାରୀ ମହାପାତ୍ର, ଦେବାଶିଷ ମହାନ୍ତି, ରତୀରଞ୍ଜନ ପଣ୍ଡା, ରବିନ୍ଦ୍ର ସୋନି, ରୋଜେସ୍ ପରିଡା, ସତ୍ୟନାରାୟଣ ଦାସ, ବ୍ରହ୍ମାନନ୍ଦ ପଣ୍ଡା, ବିଶ୍ୱଜିତ ବେହେରା, ଶୁଭମ୍ ଗୁରୁମ୍‌, ପ୍ରବିଣ ସାହୁ, ଭାଲିଆବୋଲକାଟେଣୀ ସରପଂଚ ପ୍ରତାପ କୁମାର ବେହେରା, ବଦ୍ରିନାଥ ଜେନା, ପ୍ରେମାନନ୍ଦ ସାମଲ, ଆଲୋକ ଷଡଙ୍ଗୀ, ସୁଜିତ୍ ମହାନ୍ତି, ଦେବାଶିଷ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ଲବ୍‌ର ଉପଦେଷ୍ଟା ଗୋପାଳ ଚନ୍ଦ୍ର ପାତ୍ର ପରିଚାଳନା କରିଥିଲେ ।

Leave A Reply

Your email address will not be published.

three × three =