ଭୁବନ ; ପରିମଳ ବ୍ୟବସ୍ଥାରେ ସୁଧାର ଲାଗି ନଗରପାଳଙ୍କ ତୋଫାନୀ ଗସ୍ତ !

ଢ଼େଙ୍କାନାଳ :ବିିଭିନ୍ନ ସମସ୍ୟାମାନ ସହ ଭୁବନ ପୌରାଞ୍ଚଳ ସଂଘର୍ଷ କରିଆସିଛି । ସେଥିମଧ୍ୟରୁ ମୁଖ୍ଯ ସମସ୍ୟା କହିଲେ ପରିମଳ ବ୍ୟବସ୍ଥାକୁ ବୁଝାଏ । ଯାହାକି ସମ୍ପୁର୍ଣ୍ଣ ରୁପେ ବିଫଳ । ତେବେ ବିଗତ ଦୁଇ ବର୍ଷ ହେବ ପରିଷଦ ନଥିବା କାରଣରୁ ପ୍ରଶାସନିକ ସ୍ଥାଣୁତା ଦେଖାଯାଇଥିଲା । ଯାହା ଫଳରେ ଦଶ ରୁ ଅଧିକ ଶୌଚାଳୟ ନିର୍ମାଣ ହୋଇଥିଲେ ସୁଦ୍ଧା ବିଦ୍ୟୁତ ସଂଯୋଗ ଓ ଜଳ ସୁବିଧା ଠିକ ସମୟରେ ହୋଇପାରିନଥିଲା। ତେଣୁ ସେଗୁଡ଼ିକ ନଗରବାସୀଙ୍କ କାର୍ଯ୍ଯ ରେ ଆସୁନଥିଲା । ଯାହାଫଳରେ ଲୋକମାନେ ବାହାରେ ଶୌଚ ହେବାକୁ ବାଧ୍ଯ ହେଉଥିଲେ ।

ସେହିପରି ବର୍ଯ୍ୟବସ୍ତୁ ଏଣେତେଣେ ପଡିରହୁଥିଲା । ଡ୍ରେନ ଗୁଡିକରେ ଆବର୍ଜନା ଜଳ ନିଷ୍କାସନ ଅନେକ ସ୍ଥାନରେ ଠିକ ଢଙ୍ଗରେ ହେଉନଥିଲା । ଯେଉଁଥିଲାଗି ପ୍ରବଳ ମାତ୍ରାରେ ଜନ ଅସନ୍ତୋଷ ଦେଖାଯାଇଥିଲା । ଏପରିକି ରାଜନୀତିକୁ ଆସିବା ପୂର୍ବରୁ ଏନେଇ ସଦ୍ୟ ନିର୍ବାଚିତ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଚିନ୍ତା ପ୍ରକଟ କରିଥିଲେ ।

ବର୍ତ୍ତମାନ ଲୋକମାନଙ୍କର ଜନାଦେଶ ପାଇ ଆସିଥିବାରୁ ଲୋକମାନଙ୍କୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି କୁ କାର୍ଯ୍ଯ କରାଇବା ଦିଗରେ ସଂକଳ୍ପବଦ୍ଧ ଭାବେ କାର୍ଯ୍ଯ କରୁଛନ୍ତି । ପୌରପରିଷଦ ର କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କ ସହ ନଗରର ସମସ୍ତ ଶୌଚାଳୟ ପରିଦର୍ଶନ କରିଥିଲେ । ପ୍ରାଥମିକ ଭାବେ ଭୁବନର ସମସ୍ତ ଶୌଚାଳୟଗୁଡିକୁ ବିଦ୍ୟୁତିକରଣ, ଜଳ ସୁବିଧାସୁଯୋଗ, ଏବଂ ଅନ୍ଯାନ୍ଯ ମୌଳିକ ସୁବିଧାସୁଯୋଗ ଉପଲବ୍ଧ କରାଇ ଆଶୁ କାର୍ଯ୍ଯକ୍ଷମ କରାଇବାଲାଗି ନିର୍ଦେଶ ଦେଇଥିଲେ ।

ଏଥିସହିତ ପୋଖରୀଗୁଡିକୁ ଯୁଦ୍ଧ କାଳୀନ ଭିତ୍ତିରେ ପୁନରୁଦ୍ଧାର ଲାଗି ପଦକ୍ଷେପ ନେବାକୁ କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ନଗରପାଳ ଭାବେ ଦାୟିତ୍ବ ନେବା ପରେ ଲୋକମାନଙ୍କ ସହ ସିଧାସଳଖ ବିଭିନ୍ନ ସମସ୍ୟାର ବିଷୟରେ ଆଲୋଚନା କରିବା ସହିତ ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା କାରଣରୁ ଭୁବନବାସୀଙ୍କ ପ୍ରିୟଭାଜନ ହେଉଛନ୍ତି ଶୁଭେନ୍ଦୁ କୁମାର ସାହୁ । ତାଙ୍କ ଅଧ୍ୟକ୍ଷତାରେ ଭୁବନ ଏକ ନୂତନ ରୁପରେଖ ପାଇବା ନେଇ ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ଧରିଛି ।

Leave A Reply

Your email address will not be published.

20 + 19 =