ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଞ୍ଚାୟତ ଅସୁରବନ୍ଧ ଗ୍ରାମ ହରିଜନ ସାହି ର ରମେଶ ମଳିକ (୪୦) ଆଜକୁ ପାଖା ପାଖି ବର୍ଷେ ହେବ ପାରାଲିସିସ୍ ରୋଗରେ ଆକ୍ରାନ୍ତ ହୋଇ ଜୀବନ ବିତାଉଛନ୍ତି I
କିଛିଦିନ ତଳେ ଗଣମାଧ୍ୟମ ରେ ପ୍ରକାଶ ପରେ ତତକ୍ଷଣାତ୍ ବ୍ଲକ୍ ପ୍ରଶାସନ ଦୁଇ ହାଜର ଟଙ୍କା ଆର୍ଥିକ ରାଶି ଓ ଟ୍ରାଇ ସାଇକେଲ୍ ପ୍ରଦାନ କରିଥିଲେ I ରମେଶ ଚାଲି ବୁଲି ପାରୁ ନଥିବାରୁ କାମ ଧନ୍ଦା କରିପାରୁ ନାହାନ୍ତି I ନିଜ ପରିବାର ଚଳିବା କଷ୍ଟକର ହୋଇପଡୁଛି I ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି ଏ ସମ୍ପର୍କରେ ଖବର ପାଇ ଓଡିଶ ଗ୍ରାମର ଅଗ୍ରଣୀ ଅନୁଷ୍ଠାନ ଯୁବ କଳିଙ୍ଗ ସଙ୍ଗଠନ ସହାୟତା ର ହାତ ବଢାଇଛନ୍ତି I
ସଂଗଠନ ର ସଭାପତି ଦିବ୍ୟ ପ୍ରାସାଦ ଷଣ୍ଢ ଙ୍କ ନିର୍ଦ୍ଦେଶ କ୍ରମେ ସଂଗଠନ ସଦସ୍ୟ ଜ୍ଞାନ ରଞ୍ଜନ ନାୟକ, ପ୍ରିତିଶ ପଟ୍ଟନାୟକ, ସୁବାଶିଷ ଘୋଷ, ତରୁଣ ମହାନ୍ତି, ଚନ୍ଦ୍ରମଣି ପରିଡା, ବିଦ୍ୟାଧର ଧିର ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କିଛି ଆର୍ଥିକ ରାଶି ଓ ରସନ୍ ସମାଗ୍ରୀ ଯୋଗାଇ ଦେଇଛନ୍ତି I