ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ଏକ ଜାତୀୟ ଦଳର ମାନ୍ୟତା ପାଇବା ଏବଂ ଦିଲ୍ଲୀ ଏମସିଡିରେ ବହୁମତ ପାଇବା ମୁହୁର୍ତ୍ତକୁ ସ୍ମରଣୀୟ ଦିବସ ରୂପେ ଦଳ ପକ୍ଷରୁ ବିଜୟ ଉତ୍ସବ ରୂପେ ପାଳନ କରାଯାଇଛି। ହର୍ଷ ଉଲ୍ଲାସରେ ପରସ୍ପରକୁ ମିଷ୍ଟାନ୍ନ ଖୋଇବା ସହ ସାଧାରଣ ଜନତାଙ୍କୁ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ମିଷ୍ଟାନ୍ନ ବାଣ୍ଟିଥିଲେ ।
ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଶାସନ କରୁଥିଲେ ମଧ୍ୟ ଗତ ୧୫ବର୍ଷ ହେଲା ବିଜେପି ଅଧିନରେ ଏମସିଡି ଥିଲା। ଗତକାଲି ଏମସିଡି ନିର୍ବାଚନ ଫଳାଫଳରେ ଆମ୍ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରି ଦଖଲ କରିଛି। ଆମ୍ ଆଦମୀ ପାର୍ଟିର ଲୋକପ୍ରିୟତା ସମଗ୍ର ଦେଶରେ ଦୃତ ଗତିରେ ବୃଦ୍ଧି ପାଇ ଏକ ଜାତୀୟ ଦଳର ମାନ୍ୟତା ପାଇବାକୁ ଯାଉଛି l ଦଳର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦିଲ୍ଲୀ ମଡେଲ ସାରା ବିଶ୍ୱରେ ପ୍ରଶଂସନୀୟ ହୋଇଥିବା ବେଳେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାରେ ଦଳ ସମସ୍ତ ୧୪୭ ଆସନରେ ପ୍ରାର୍ଥୀ ଦେବାକୁ ଲୋକମାନଙ୍କର ଆଗ୍ରହ ବଢ଼ିଛି ବୋଲି କହି ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକ କାର୍ଯ୍ୟକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ଜିଲ୍ଲାର ବ୍ଲକରୁ ବିଭିନ୍ନ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ମହିଳା ସଭାନେତ୍ରୀ ସ୍ନେହଲତା ମହାନ୍ତି, ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ଉପସଭାପତି ବିକ୍ରମ ରାଉତ ଓ ପର୍ଶୁରାମ ମହାଭୋଇ, ଯୁଗ୍ମ ସମ୍ପାଦକ ଇଂ ପିତାମ୍ବର ଦାସ, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ଗିରି, ଯୁବ ଉପସଭାପତି ବିଭୁତି ପ୍ରଧାନ ଓ ଅଜୟ ନାଏକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶୁଶାନ୍ତ ପାଣି, ବିଭୁ ରଞ୍ଜନ ସାହୁ, ସନାତନ ନାଏକ, ପର୍ଜଙ୍ଗ ବ୍ଲକ ସଭାପତି ପ୍ରକାଶ ବିଶ୍ବାଳ, ସଦର ବ୍ଲକ ସଭାପତି ରାଜକୁମାର ପ୍ରଧାନ, ଓଡାପଡା ବ୍ଲକ ସଭାପତି ଲକ୍ଷ୍ମଣ ନାଏକ, ଭୁବନ ବ୍ଲକ ସଭାପତି ସଞ୍ଜୟ ମହାରଣା, ଅଜୟ ସାହୁ, ବିଜୟ ନାଏକ, ଚିନ୍ମୟ ସେନାପତି, ଜନରଞ୍ଜନ ରାଉତ, ହେମନ୍ତ ଧଳ, ଅଭିରାମ ସେଠି, ଯୁବ ସଂଗଠକ ଅଶ୍ୱିନୀ ପଟ୍ଟନାୟକ ଓ ବିଭୂପ୍ରସାଦ ମହାନ୍ତି, କୃଷ୍ଣ ଭୁତିଆ, ନବକିଶୋର ସାହୁ, ଚିନ୍ତାମଣି ମହାନ୍ତି, ଅନିମା, ସଂଯୁକ୍ତା ମହାପାତ୍ର ପ୍ରମୁଖ ସହ ବହୁ ସକ୍ରିୟ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାର ପ୍ରତ୍ୟେକ ଗାଁ ପର୍ଯ୍ୟନ୍ତ କେଜ୍ରିୱାଲ ମଡେଲ ବାର୍ତ୍ତାକୁ ପହଞ୍ଚାଇବା ଦାୟୀତ୍ୱ ନେବା ସହ ସମସ୍ତ କର୍ମୀମାନେ ଖୁସି ମନାଇ ଥିଲେ।