୪ର୍ଥ ରାଜ୍ୟ ଆଦିବାସୀ ତିରନ୍ଦାଜ ପ୍ରତିଯୋଗିତା “ଲୋଗୋ” ଉନ୍ମୋଚିତ  !

ଢେଙ୍କାନାଳ : ଆସନ୍ତା ଡିସେମ୍ବର ମାସ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲା ତିରନ୍ଦାଜ ସଂଘ ଓ ରାଜ୍ୟ ତିରନ୍ଦାଜ ସଂଘ ସହଯୋଗରେ ହେବାକୁଥିବା ୪ର୍ଥ ଆଦିବାସୀ ତିରନ୍ଦାଜ ପ୍ରତିଯୋଗିତା ୨୦୨୨ର  ସ୍ୱତନ୍ତ୍ର “ଲୋଗୋ” ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଉନ୍ମୋଚିତ କରିଛନ୍ତି ।

ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ତିରନ୍ଦାଜ ସଂଘର ସଭାପତି  ନବୀନଚନ୍ଦ୍ର ନାରାୟଣ ଦାସ, ପ୍ରତିଯୋଗିତାର ସାଙ୍ଗଠନିକ ଉପ ସଭାପତି ରୋଟାରୀଆନ ରାଜକିଶୋର ବେହେରା, ସମ୍ପାଦକ  ଅମୀୟ ଚାନ୍ଦ, କୋଷାଧ୍ୟକ୍ଷ  ଅଚ୍ୟୁତ ସାହୁ ଏବଂ ଆୟୋଜକ କମିଟିର ସଦସ୍ୟ ଇଂ. ସୌମ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତରହି କାର୍ଯ୍ୟକ୍ରମକୁ ପରିଚାଳିତ କରିଥିଲେ ।

Leave A Reply

Your email address will not be published.

1 × 3 =