ଜିଲ୍ଲା  ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ  ଶୁଣାଣି ଶିବିର ଅନୁଷ୍ଠିତ !

ଢେଙ୍କାନାଳ : ଉପଜିଲ୍ଲାପାଳଙ୍କ  କାର୍ଯ୍ୟାଳୟରେ  ଜିଲ୍ଲା  ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ  ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।

ମୋଟ ୭୧ଟି ଅଭିଯୋଗ  ଗ୍ରହଣ କରାଯାଇଥିବାବେଳେ  ୫୭ଟିର ତ୍ୱରିତ ସମାଧାନ କରାଯାଇଛି।୨ଜଣମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ଏବଂ ୮ଜଣ ରେଡକ୍ରସ୍‌  ପାଣ୍ଠିରୁ ସହାୟତା ପାଇଁ ଆବେଦନ କରିଥିଲେ। ଜିଲ୍ଳାପାଳ ସରୋଜ କୁମାର ସେଠୀ, ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭି. ଅଭିଯୋଗ ଗୁଡ଼ିକ ଶୁଣାଣି କରିଥିଲେ।

ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ଯନିର୍ବାହୀ  ତନ୍ମୟ କୁମାର ଦରୱନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ  ଡା. ଅଶୋକ କୁମାର ଦାଶ, ଉପ-ଜିଲ୍ଲାପାଳ  ସ୍ନିଗ୍ଧାରାଣୀ ଧଳଙ୍କ ସମେତ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀ  ଉପସ୍ଥିତ ଥିଲେ ।

Leave A Reply

Your email address will not be published.

2 + fifteen =