ଓଡ଼ିଶା  ଦକ୍ଷତା ବିକାଶ ପ୍ରାଧିକରଣ  ଓ ଜିଲ୍ଲା  ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ !

ଢେଙ୍କାନାଳ : ସହରସ୍ଥିତ ମହିଷାପାଟ  ପଲ୍ଲିଶ୍ରୀ  ମେଳା ପଡ଼ିଆରେ  ଓଡ଼ିଶା  ଦକ୍ଷତା ବିକାଶ ପ୍ରାଧିକରଣ  ଓ ଜିଲ୍ଲା  ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।

ଢେଙ୍କାନାଳ ସଦର, ହିନ୍ଦୋଳ, ଗଁଦିଆ, ଓଡ଼ାପଡା ସମେତ ବିଭିନ୍ନ ବ୍ଲକରୁ୧,୩୪୬ ଆଶାୟୀ ସେମାନଙ୍କ ନାମ ପଞ୍ଜୀକରଣ କରିଥିଲେ। ୩୪ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଯୋଗଦେଇ ଥିଲେ।  ୫ମରୁ ସ୍ନାତକ ପାସ,  ବିଟେକ, ଏମ୍‌ବିଏ ଛାତ୍ରୀଛାତ୍ରଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଥିଲା। କେତେଜଣ ତାଲିମଧାରୀ  ପିଲାଙ୍କୁ ତତ୍କାଳ ନିଯୁକ୍ତି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସାସଂଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥଲେ। ଜିଲ୍ଲାର ବେକାର ଯୁବତୀ ଯୁବକଙ୍କୁ ଯୋଗ୍ୟତା ଅନୁଯାୟୀ  ଦକ୍ଷତା ବିକାଶ କରାଇ ନିଯୁକ୍ତିଦେବା, ସେମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ଦିଗରେ କମ୍ପାନୀ କର୍ତ୍ତୃପକ୍ଷ , ଜନ ପ୍ରତିନିଧି, ପ୍ରଶାସନ ଏକାଠି ହୋଇ କାର୍ଯ୍ୟ କରିବା  ଉଚିତ। ଆତ୍ମନିର୍ଭର ହେବା ଲାଗି ବ୍ୟାଙ୍କ ଋଣର ସୁଯୋଗ ସୃଷ୍ଟି କରିବା  ଆବଶ୍ୟକ। ବ୍ୟାଙ୍କ କତ୍ତପକ୍ଷୃର୍ ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିବା ଜରୁରୀ।  ନିଯୁକ୍ତି ପ୍ରକ୍ରିୟାରେ  ସାମିଲ ହୋଇଥିବା  କମ୍ପାନୀ ସେମାନଙ୍କ ମାନସିକତାରେ  ପରିବର୍ତ୍ତନ ଆଣିବା ଜରୁରୀ।  ସକାରାତ୍ମକ ମନୋଭାବ ନେଇ ନିଯୁକ୍ତି ପ୍ରଦାନ ନିମନ୍ତେ ସାସଂଦ କହିଥିଲେ ।

ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା  ପୁହାଣ, ଉପସଭାପତି ବିଳାସିନୀ  ସେଠୀ ପ୍ରମୁଖ ଯୋଗଦେଇ ଯୁବକଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗିସୁଯୋଗ ସୃଷ୍ଟି କରିବା  ଉପରେ ପଦକ୍ଷପ  ନେବାକୁ ପରାମର୍ଶ ଦେଇଥିଲେ।  ମେଳାରେ ସଭାପତିତ୍ୱ କରି ଜିଲ୍ଲାପାଳ ସରୋଜ ସେଠୀ  , ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)  ରମେଶ ଚନ୍ଦ୍ର ସେଠୀ, ଜିଲା ପରିଷଦ  ମୁଖ୍ୟ କାର୍ଯ୍ୟନିର୍ବାହୀ ତନ୍ମୟ କୁମାର ଦରୱାନ, ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ  ସରୋଜ କୁମାର ଦତ୍ତ ପ୍ରମୁଖ ମଞ୍ଚାସୀନ ଥିଲେ।

ଜିଲ୍ଲା ନିୟୋଜନ ଅଧିକାରୀ  କେ. ରୋଜା ଦୋରା ପ୍ରାରମ୍ଭିକ ସୂଚନା ମୁତାବକ , ଜିଲ୍ଲାର ବେକାର ଯୁବକଯୁବତୀଙ୍କୁ  ତାଲିମ ପ୍ରଦାନ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା  ନିମନ୍ତେ ଦକ୍ଷତା ବିକାଶ ପ୍ରାଧକରଣ ପକ୍ଷରୁ ଦୁଇଟିକେନ୍ଦ୍ର ରହିଛି। ଶ୍ୟାମାଚରଣପୁର କେନ୍ଦ୍ରରେ ୧୧୧ ଏବଂ କଣ୍ଟାନାଳୀ ବାଇପାସ୍‌ କେନ୍ଦ୍ରରେ ୩୦ ଛାତ୍ରୀଛାତ୍ର ପ୍ରଶିକ୍ଷଣ ନେଇ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି। କାର୍ଯ୍ୟକ୍ରମକୁସଙ୍ଗୀତା ଦାସ,  ସୁଶାନ୍ତ ପାଣି ସଂଯୋଜନା କରିଥିଲେ ।

Leave A Reply

Your email address will not be published.

nine + seventeen =