**ରାବଣ ର ମିଛ ଆତ୍ମହତ୍ୟା**

ରାବଣ କୁ ପୋଡ଼ିଦେବା
ଏତେ ଵି ସହଜ ନୁହେଁ
କିଛି ବାଣ ଆଉ ବାଜା ର ଶବ୍ଦ ରେ ।।
ବାଜା ବାଣ ରେ ରାବଣ ମରିବାର ଥିଲେ
କେଉଁ କାଳୁ
ନିଶ୍ଚିହ୍ନ ହେଇଥାନ୍ତା ସେ
ଦରକାର ନଥାନ୍ତା ଜନ୍ମ ନେବାରେ
ପ୍ରଭୂ ରାମଙ୍କର
ଏ ଧରା ଧାମ ରେ ।।
ସୀତା ମାନଙ୍କ ହରଣ ତ କିଛି ଵି କମିନି?
ରାବଣ କୁ
ପ୍ରତିବର୍ଷ ମାରିଦେବାର ବାହାସ୍ଫୋଟ କିଆଁ
ସଭା ସମିତି ରେ?
ରାବଣ କି ଆତ୍ମହତ୍ୟା କରିପାରେ
ଲକ୍ଷ ଲକ୍ଷ
ଛାୟା ରାବଣ ଙ୍କ
ମିଛ କଳ୍ପନା ରେ??

ପ୍ରକାଶ ଚନ୍ଦ୍ର ରାଉତ (ଆଇନଜୀବୀ )
ସମ୍ପାଦକ, ଢେଙ୍କାନାଳ ଥିଙ୍କର୍ସ ଫୋରମ

Leave A Reply

Your email address will not be published.

4 × 4 =