ଢେଙ୍କାନାଳ : ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ଠାରୁ ଜନ ସମ୍ପର୍କ ପଦଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ଆସନ୍ତା ନଭେମ୍ବର ୨ ପର୍ଯ୍ୟନ୍ତ ମାସେ ବ୍ୟାପି ଅନୁଷ୍ଠିତ ହେବ।
ଏହି ଉପଲକ୍ଷେ ଦଳ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲା ବିଜେଡି ସଭାପତିତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଓ ମାର୍ଗଦର୍ଶନ ରେ ତୃଣମୂଳସ୍ତରରେ ଲୋକମାନଙ୍କ ସହ ଯୋଡିହେବା ଏବଂ ସରକାରଙ୍କର ସମସ୍ତ ଯୋଜନା ସମ୍ପର୍କରେ ଅବଗତ କରାଇବା ଲକ୍ଷ୍ୟନେଇ ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ। ଲୋକମାନଙ୍କ ସେବା ହେଉଛିମୁଖ୍ୟ। ରାଜନୀତିଏକ ମାଧ୍ୟମ ମାତ୍ର। ଏହିକଥାକୁ ମନେରଖି ସମସ୍ତ ଲୋକମାନଙ୍କ ପାଇଁ କାମ କରିବା। ଗତ ୨୨ବର୍ଷମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଜନହିତକର ଯୋଜନା ଓ କାର୍ଯ୍ୟକ୍ରମ ଗୁଡିକୁ ଗ୍ରାମାଞ୍ଚଳ ଲୋକଙ୍କ ନିକଟରେ ଲିଖିତ ଭାବେ ରଖିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ।
ବୈଠକରେ ଯୋଗଦେଇ ସାସଂଦ ମହେଶ ସାହୁ କହିଥିଲେ, ସମସ୍ତ କାର୍ଯ୍ୟକ୍ରମର ର ଏକ ତାଲିକା ପ୍ରସ୍ତୁତ ହେବା ଆବଶ୍ୟକ। ପରଜଙ୍ଗ ବିଧାୟକ ଡ. ନୃସିଂହ ଚରଣସାହୁ , ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ , ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ,ଜିଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣ, ଉପ ସଭାପତି ବିଳାସିନୀ ସେଠୀ ମଞ୍ଚାସୀନ ଥିଲେ। ପର୍ଯ୍ୟବେକ୍ଷକ ବିଜୟ
କୁମାର ନାୟକ ପଦଯାତ୍ରାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।
ବିଜେଡିରାଜ୍ୟ ସାଧାରଣ ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ, ରାଜ୍ୟ ମହିଳା ବିଜେଡି ଉପସଭାପତି ସାଇଶ୍ରୀ ପଟ୍ଟନାୟକ, ଜିଲ୍ଲା ବିଜେଡି ଉପସଭାପତି ଲକ୍ଷ୍ମୀଧର ସାହୁ, ଡ୍ରିଟ୍ ପୂର୍ବତନ ଅଧ୍ୟକ୍ଷ ଦେବୀ ପ୍ରସାଦ ଭୂତିଆ , ଢେଙ୍କାନାଳ ପୌର ଉପାଧ୍ୟକ୍ଷ ପ୍ରକାଶଚନ୍ଦ୍ର କୁଅଁର, ନଗର ସଭାପତି ଇନ୍ଦ୍ରମଣି ବେହେରା, ଜିଲ୍ଲା ମହିଳା ବିଜେଡି ସଭାପତି ସାଗରିକା ମିଶ୍ର, କାର୍ଯ୍ୟକାରୀ ସଭାପତି ରୁବି ବିଶ୍ୱାଳ, କୃଷକ ସଂଗଠନ ସଭାପତି ନରୋତ୍ତମ ସାହୁ, ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡା , ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, ଯୁବ ବିଜେଡିରାଜ୍ୟ ସମ୍ପାଦକ ଦେବୀ ପ୍ରସାଦ ପଟ୍ଟନାୟକ ଓ ଛାତ୍ର ବିଜେଡିରାଜ୍ୟ ସାଧାରଣ ସମ୍ପାଦକ ଶଶକାନ୍ତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବତନ ନଗରପାଳ ସୁଧାଂଶୁ କୁମାର ଦଳେଇ ଧନ୍ୟବାଦ ପ୍ରଦାନ କରିଥଲେ ।