ଢେଙ୍କାନାଳ : ଆମ୍ ଆଦମୀ ପାର୍ଟିର ଲୋକପ୍ରିୟତା ଏବେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଦେଖିବାକୁ ମିଳିଛି ।
ସାଧାରଣ ଲୋକମାନେ ଆପ୍ ର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କାର୍ଯ୍ୟଶୈଳୀ କୁ ଢ଼େର ସାରା ସମର୍ଥନ ଦେଉଛନ୍ତି କ୍ଷ ଗତ ୪ ଦିନ ମଧ୍ୟରେ ଜିଲ୍ଲାର ଚାରୋଟି ଯାକ ବିଧାନସଭା କ୍ଷେତ୍ରରେ କର୍ମୀ ମାନଙ୍କୁ ନେଇ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଶେଷରେ ସଦର ନିର୍ବାଚନ ମଣ୍ଡଳୀରବୈଠକ ଜଂକ୍ଷୀରା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲାର ସାଂଗଠନିକ ପ୍ରକ୍ରିୟାରେ ବହୁ ନୂତନ ସଦସ୍ୟ ଦଳରେ ଯୋଡ଼ି ହୋଇଛନ୍ତି ।
ଜିଲ୍ଲା ଆବାହକ ପଙ୍କଜ ନାୟକ, ଜିଲ୍ଲା ମହିଳା ସଭାନେତ୍ରୀ ସ୍ନେହଲତା ମହାନ୍ତି, ଜିଲ୍ଲା ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ଜିଲ୍ଲା ଯୁବ ସଭାପତି ବିଭୁତି ପ୍ରଧାନ, ସଦର ବ୍ଲକ ସଭାପତି ରାଜକୁମାର ପ୍ରଧାନ, ଗଁଦିଆ ବ୍ଲକ କାର୍ଯ୍ୟକାରୀ ସଭାପତି ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ପୁରୁଷୋତମ ସ୍ୱାଇଁ ପ୍ରମୁଖ ଯୋଡ଼ି ହୋଇଥିବା ସଦସ୍ୟଙ୍କୁ ଆମ୍ ଆଦମୀ ପାର୍ଟିର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, ଦୁର୍ନୀତି ମୁକ୍ତ ଓ ଭ୍ରଷ୍ଟାଚାର ମୁକ୍ତ ଶାସନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେବା ସହିତ ପ୍ରତ୍ୟେକ ପଞ୍ଚାୟତର ଲୋକଙ୍କ ପାଖରେ ବାର୍ତ୍ତା ପହଁଚାଇବା ପାଇଁ ଆଲୋଚନା କରିଥିଲେ ।
ଗତ ଆଠ ବର୍ଷ ମଧ୍ୟରେ ଦିଲ୍ଲୀ ଓ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଏହାର ଲୋକପ୍ରିୟ ଯୋଜନା ମାଧ୍ୟମରେ ସରକାର ଗଠନ କରିଥିବା ବେଳେ ଗୁଜରାଟରେ ମଧ୍ୟ ସ୍ଥିତି ସୁଦୃଢ଼ କରିଛି । ଜିଲ୍ଲା ଉପସଭାପତି ପର୍ଶୁରାମ ମହାଭୋଙ୍କ ସଂଯୋଜନାରେ ବହୁ କର୍ମୀ ଏହି ସମ୍ମିଳନୀରେ ଭାଗ ନେଇଥିଲେ । ଅନ୍ୟ ସମ୍ମାନିତ ଅତିଥି ମଧ୍ୟରେଅବସରପ୍ରାପ୍ତ ଇଂ ଶରତ ଚନ୍ଦ୍ର ଗିରି, ଇଂ ରମେଶ ଚନ୍ଦ୍ର ପଣ୍ଡା ଓ ଅବସରପ୍ରାପ୍ତ ସେନା ଅଧିକାରୀ ବଂଶୀଧର ମହାରଣା ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ସୋସିଆଲ ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା ବେହେରା ସଭା ପରିଚାଳନା କରିଥିବା ବେଳେ ସକ୍ରିୟ ସଦସ୍ୟ ଅନିଲ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।