ଢେଙ୍କାନାଳ : ଜିଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଦୌରାଜଜ୍ ଜଗଦୀଶ ପ୍ରସାଦମହାନ୍ତିଙ୍କ ନିର୍ଦ୍ଦେଶ ରେ ସାଇକୃପା କଲେଜରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ପ୍ୟାନେଲ ଲୟର ଏବଂ ପାରାଲଗାଲି ଭଲ୍ୟୁଣ୍ଟିୟରମାନେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଆଇନ ବିଷୟରେ ସଚେତନ କରାଇଥିଲେ। ଏସିଡ୍ ଆକ୍ରମଣରେ ଦଣ୍ଡବିଧାନ, ପୀଡ଼ିତଙ୍କ କ୍ଷତିପୂରଣ, ଆଇନଗତ ସହାୟତା ସର୍ମ୍ପକରେ ପ୍ରାଧିକରଣ ସଚିବ ମମିତା ସାହୁ ଆଲୋକପାତ କରିଥିଲେ।
ପବ୍ଲିକ ପ୍ରସିକୁ୍ୟଟର ଗଣେଶ୍ୱର ବେହେରା ଭାରତୀୟ ଦଣ୍ଡବିଧାଆଇନ, ଡ. ରଞ୍ଜନ ସାମଲ ଏସିଡ୍ ଆକ୍ରମଣରେ ଶିକାର ପୀଡ଼ିତଙ୍କ ଚିକିତ୍ସା ସର୍ମ୍ପକରେ ବୁଝାଇଥିଲେ। ସାଇକୃପା କଲେଜ ଅଧ୍ୟକ୍ଷ ତୁଷାର ମହାନ୍ତି, କୈଳାସ ସାହୁ ଶିବିର ପରିଚାଳନା କରିଥିବାବେଳେ ଅଧ୍ୟାପକ ଯଶୋବନ୍ତ ବେହେରା ଧନ୍ୟବାଦ ଦେଇଥିଲେ।