ଢ଼େଙ୍କାନାଳ: ଜଳ ସେଚନ ବିଭଗ ର ବାରଣ ସତ୍ତ୍ୱେ ବନ ବିଭାଗ ବେଆଇନ଼୍ ଭାବେ ବୃକ୍ଷରୋପଣ କରୁଥିବା ଅଭିଯୋଗ ହେଉଛି I
ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ଅଂଳାପାଳ ଶାଖା ଗୋବିନ୍ଦପୁର ରେଙ୍ଗାଳି ବାମ କେନାଲ ର ମାଇନର ର ଜିରାଳ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଉଭୟ ପାର୍ଶ୍ଵରେ ମନରେଗା ଯୋଜନାରେ ୨୦୨୨ – ୨୩ ଆର୍ଥିକ ବର୍ଷରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାରେ ବୃକ୍ଷରୋପଣ ହୋଇଥିବା ଜଣାପଡିଛି I ଚାଷୀ ମାନେ କେନାଲ ବିଭାଗ ର ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବନ ବିଭାଗ ବୃକ୍ଷରୋପଣ ଜାରି ରଖିଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି I
ଏନେଇ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୀବ କୁମାର ପଟ୍ଟନାୟକ କୁହନ୍ତି ଫିଲିଙ୍ଗ୍ କେନାଲରେ ବୃକ୍ଷରୋପଣ ପାଇଁ କାହାକୁ ଅନୁମତି ଦିଆଯାଇ ନାହିଁ I ଫିଲିଙ୍ଗ୍ କେନାଲର ମାଟି ଉପରେ ଥିବାରୁ ଉଭୟ ପାର୍ଶ୍ଵରେ ଗଛ ଲାଗିଲେ ଭବିଷ୍ୟତରେ କେନାଲ ମାଟିକୁ ଫଟେଇ ଦେବ ଯାହା ଫଳରେ କେନାଲ ନଷ୍ଟ ହୋଇଯିବ I କଟିଂ କେନାଲ ମାଟି ଭିତରେ ଯାଇଥିବାରୁ ସେହି ଜାଗାରେ ଲଗାଇ ପାରିବେ ବୋଲି କୁହନ୍ତି ଅଧିକ୍ଷଣ ଯନ୍ତ୍ରୀ I
ଏ ନେଇ ପାଣି ପଞ୍ଚାୟତ ର କାର୍ଯ୍ୟ କର୍ତ୍ତା ମାନେ ବିଭାଗୀୟ ଅଧିକାରୀ ଙ୍କୁ ଦୃଷ୍ଟି ଆକର୍ଷଣ ପରେ ଅଧିକ୍ଷଣ ଯନ୍ତ୍ରୀ ୦୭/୦୯/୨୦୨୨ ରେ ଚିଠି ନମ୍ବର ୧୮୫୭ ରେ ବନ ବିଭାଗର ଏହି କାର୍ଯ୍ୟକୁ ବାରଣ କରିବା ସହ ଖୁବ୍ ଶୀଘ୍ର କାର୍ଯାନୁଷ୍ଠାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି I ତା ପରେବି ବନ ବିଭାଗ ତରବରିଆ ଭାବେ ବୃକ୍ଷରୋପଣ ସମ୍ପୂର୍ଣ୍ଣ କରି ସୂଚନା ଫଳକ ନିର୍ମାଣ କରି ଲକ୍ଷ୍ୟ ଲକ୍ଷ୍ୟ ବିଲ୍ ଉଠାଇ ନେଇଥିବା ଅନୁମାନ କରାଯାଉଛି I