ଢ଼େଙ୍କାନାଳ : କାମାକ୍ଷାନଗର ବ୍ଲକ ଅଁଳାବେରେଣୀ
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ‘ନିର୍ମଳ’ ଯୋଜନାରେ ନିଯୁକ୍ତି ପାଇଥିବା ସଫେଇ କର୍ମଚାରୀମାନେ ବକେୟା ପାଉଣା ଦାବିରେ ଧାରଣାରେ ବସିଥିଲେ। ଏହାକୁନେଇ ମେଡିକାଲରେ ସଫେଇ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ମେଡକାଲି କତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ଧାରଣା ରୁ ଓହରି ଯାଇଥିଲେ ସଫେଇ କର୍ମଚାରୀ ।
ସୂଚନା ମୁତାବକ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ‘ନିର୍ମଳ’ ଯୋଜନାରେ ୭ଜଣ ଠିକା ସଫେଇ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ତେବେ ସେମାନଙ୍କୁ ୩ମାସ ହେଲା ଦରମା ମିଳିନାହିଁ। ସେମାନଙ୍କ ପରିବାର ଚଳାଇବା କଷ୍ଟକର ହୋଇପଡିଛି। ସେହିପରି ଦରମାରୁ ଇପିଏଫ କିମ୍ବା ଇଏସଆଇ ମଧ୍ୟ କଟୁ ନାହିଁ। ଏ ସଂକ୍ରାନ୍ତ ରେ ସମ୍ପୃକ୍ତ କର୍ମଚାରୀମାନେ ପୂର୍ବରୁ ଜିଲ୍ଲାମୁଖ୍ଯ ଚିକିତ୍ସାଧିକାରୀ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଠିକା ସଂସ୍ଥାକୁ ଅବଗତ କରାଇଥିଲେ ହେଲେ କୌଣସି ପ୍ରକାର ସୁଫଳ ମିଳୁନାହିଁ।
ଏହାର ପ୍ରତିବାଦରେ ସମସ୍ତ ସଫେଇ କର୍ମଚାରୀ କାମ ବନ୍ଦ କରି ଧାରଣାରେ ବସିଥିଲେ। ଏ ସଂକ୍ରାନ୍ତରେ ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଚିନ୍ମୟ କୁମାର ସାମଲ କହିବା କଥା
ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମଚାରୀମାନେ ବିଭିନ୍ନ ଏଜେନ୍ସି ଦ୍ୱାରା ନିଯୁକ୍ତି ପାଇଛନ୍ତି। ଡାକ୍ତରଖାନା ପକ୍ଷରୁ ସେମାନଙ୍କ ବିଲ୍ ଦେଲେ ଠିକା ସଂସ୍ଥା ସେମାନଙ୍କୁ ଦରମା ଦେଇଥାଏ। ତେବେ ବିଲ୍ ଦେବା ସତ୍ତ୍ଵେ ସଫେଇ କର୍ମଚାରୀଙ୍କୁ ଦରମା ପ୍ରଦାନ କରାଯାଉ ନାହିଁ। ସେମାନଙ୍କ ସମସ୍ୟା ସର୍ମ୍ପକରେ ଅବଗତ ହେବା ପରେ ଗତଦିନରେ ଡାକ୍ତରଖାନା ପାଣ୍ଠିରୁ ଆଗୁଆ ଦରମା ଦିଆଯାଇଥଲା। ତେବେ ସମସ୍ୟା ଗମ୍ଭୀର ହେବାରୁ ସେମାନେ ଧାରଣାରେ ବସିଥିଲେ। ଠିକା ସଂସ୍ଥା, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରି ଖୁବ୍ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ପୁନର୍ବାର କାମରେ ଯୋଗ ଦେଇଥିଲେ ।