ଢେଙ୍କାନାଳ : ସଦର ବ୍ଳକ ଅନ୍ତର୍ଗତ ବନସିଂ ଜୁଆଙ୍ଗ ସାହିି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ କର୍ମଶାଳା ଆୟୋଜନ କରି ସ୍କୁଲ ପିଲାମାନଙ୍କୁ ‘ ସିଡ୍ ବଲ’ ପ୍ରସ୍ତୁତି ଓ ଏହାର ବ୍ୟବହାର କୌଶଳ ଶିଖାଇ ଥିଲେ।
କୁଞ୍ଜକାନ୍ତ ଅଞ୍ଚଳର ଜାତିସଂଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ। ‘ସିଡ୍ବଲ’ ମାଧ୍ୟମରେ ନୂଆ ଜଙ୍ଗଲ ସୃଷ୍ଟି କରାଯାଇପାରିବ। । ଏଭଳି ମହତ ଉଦେ୍ଦଶ୍ୟ ରଖିସେ ଆରମ୍ଭ କରିଛନ୍ତି‘ ସିଡ୍ ବଲ’ ପ୍ରସ୍ତୁତି କର୍ମଶାଳା। ଏହି ପଦ୍ଧତି ଅବଲମ୍ବନ କରି ଗଛସଂଖ୍ୟା ବଢାଇବା ଏବଂ ଜଙ୍ଗଲକୁ ସବୁଜମୟ ପରଣତି କରିବା ପାଇଁ ସଚେତନ କରାଉଛନ୍ତି।କୁନିକୁନି ପିଲାଙ୍କ ହାତରେ ସବୁଜ ପୃଥିବୀ ଗଠନ ଏହାର ପ୍ରମୁଖ ଲକ୍ଷ୍ୟ।
ବନବିଭାଗରରୁ ଅବସର ନେଇଥିବା ବାପା ଉଦୟନାଥ ଶତପଥୀଙ୍କ ପ୍ରେରଣାରେ ପରିବେଶ ସୁରକ୍ଷାରେ ପ୍ରତି ଆକୃଷ୍ଟ ହୋଇଛନ୍ତି ଶୁଭ୍ରାଂଶୁ। ୫-୬ବର୍ଷ ହେଲା ବିଭିନ୍ନ ଜିଲାରେ କର୍ମଶାଳା ଆୟୋଜନ କରି ଆସୁ ଅଛନ୍ତି। ଚଳିତବର୍ଷ ୧ ଲକ୍ଷ ସିଡ୍ ବଲ୍ ପ୍ରସ୍ତୁତ କରିଏହାର ଠିକ୍ ବିନିଯୋଗ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି।