ମାର୍ଥାପୁର ଯୁବମୋର୍ଚ୍ଚା ସହଯୋଗ ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର : ୫୩ ୟୁନିଟ୍ ସଂଗୃହିତ !

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଗ୍ରାମର କଲ୍ଯାଣ ମଣ୍ଡପ ରେ ମାର୍ଥାପୁର ଯୁବମୋର୍ଚ୍ଚା ସହଯୋଗ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I

ସମ୍ମାନିତ ଅତିଥି ଭାବେ ମାର୍ଥାପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଆଶୁତୋଷ ମହାନ୍ତି, ସରପଞ୍ଚ ରାଜେନ୍ଦ୍ର ମଲ୍ଲିକ ମୁଖ୍ଯ ଅତିଥି ଭାବେ ଗ୍ରାମ ଉପଦେଷ୍ଟା ମୃତ୍ୟୁଞ୍ଜୟ ଦାଶ, ଗ୍ରାମର ପୂର୍ବତନ ସଭାପତି ବିନୋଦ ମିଶ୍ର, ଲକ୍ଷ୍ମଣ କୁମାର ମିଶ୍ର, ପ୍ୟାରୀମୋହନ ଦାଶ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ I

ଅତିଥି ମାନେ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିବା ସହ ଜିଲ୍ଲା ରେଡ୍ କ୍ରସ୍ ଭାଣ୍ଡର ରେ ରକ୍ତ ଅଭାବ ରହିଥିବାରୁ ଗ୍ରୀଷ୍ମ ଅବକାଶରେ ଏହି ଆୟୋଜନ କରିଥିବା ଯୁବ ମୋର୍ଚ୍ଚା ର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ଯବାଦ୍ ଜାଣଇଛନ୍ତି I

ନବ ନିର୍ବାଚିତ ସରପଞ୍ଚ ରାଜେନ୍ଦ୍ର ମଲ୍ଲିକ ମହିଳା ନାଏବ ସରପଞ୍ଚ ରାନୁବାଳା ମିଶ୍ର ସ୍ଵାମୀ ଯଜ୍ଞେଶ୍ୱର ମିଶ୍ର ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି I ଜିଲ୍ଲା ରକ୍ତ ଭଣ୍ଡାର କର୍ମଚାରୀ ଲାବୋରଟୋରୀ ଟେକ୍ନିସିଆନ୍ ପରମା ନନ୍ଦ ପଣ୍ଡା, ଆଟେଣ୍ଡାଣ୍ଟ ଅଜୟକୁମାର ସ୍ଵାଇଁ, ବରୁଣ ସାହୁ, ତପନ ଜେନା, ବିଶ୍ଵଜିତ କର ଓ ଯୁବ ମୋର୍ଚା ସହଯୋଗ ରେ ୫୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି I

ଏହି କାର୍ଯ୍ୟକ୍ରମ ରେ ଯୁବ ମୋର୍ଚ୍ଚାର ସଦସ୍ୟ ଦିବ୍ୟେଶ ଦାଶ , ବିଜୟ କୁମାର ନାୟକ, ସୌମ୍ୟ ରଞ୍ଜନ ରାଉତ, ରଘୁନାଥ ମିଶ୍ର, ଦେବୀ ପ୍ରସାଦ ମିଶ୍ର, ମନୋରଞ୍ଜନ ମିଶ୍ର ପ୍ରମୂଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ I ମାର୍ଥାପୁର ରେ ପ୍ରଥମ କରି ରକ୍ତ ଦାନ ଶିବିର ଯୁବ ମୋର୍ଚ୍ଚା ପକ୍ଷରୁ ଅନୁଷ୍ଠିତ ହୋଇଥିବାରୁ ଯୁବ ପିଢି କ ମନରେ ଉତ୍ସାହ ଦେଖିବାକୁ ମିଳିଛି I

Leave A Reply

Your email address will not be published.

4 × three =