୭୬ତମ ସ୍ୱାଧୀନତା ଦିବସ ଢେଙ୍କାନାଳ ଷ୍ଟାଡିୟମ ପରିସର ରେ ପାଳିତ !

ଢେଙ୍କାନାଳ : ମୁଖ୍ୟ ଷ୍ଟାଡୟମି ପରିସରରେ ଆୟୋଜିତ ୭୫ତମ ସ୍ଵାଧୀନତା ଦିବସ ପୂର୍ତ୍ତୀ ଅବସରରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି।

ଏହିଅବସରରେ ମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଅନୁପ୍ରାଣିତ ହୋଇ ଦେଶମାତୃକାର ସେବାରେ ବଳିଦାନ ଦେଇଥିବା ଢେଙ୍କାନାଳ ଜିଲାର ସଂଗ୍ରାମୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କରୋନା କଟକଣା ପାଇଁ ଚଳିତ ବର୍ଷ ପରେଡରେ କେବଳ ପୋଲିସ ବାହିନୀ , ଓଏସଏପି ପ୍ରଥମ ବାଟାଲୟନି ଏବଂ ପୋଲିସ ବ୍ୟାଣ୍ଡ୍‌ଦଳ ସାମିଲ ହୋଇଥଲେ।
ସୁଲକ୍ଷଣାଦେବୀ ବାଳିକା ହାଇସ୍କୁଲ ଏବଂ ଦିଲ୍ଲୀ ପବ୍ଲିକ ସ୍କୁଲର ଛାତ୍ରୀଛାତ୍ର ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମୁଖ୍ୟ ଅତିଥି ସର୍ବକନିଷ୍ଠ ଶହୀଦ ବୀର ବାଜି ରାଉତଙ୍କ ସମସାମୟିକ ବନ୍ଧୁ୯୩ ବର୍ଷୀୟ କାହ୍ନୁଚରଣ ମଲ୍ଲିକଙ୍କୁ ସମ୍ବଦ୍ଧିର୍ତ କରିଥିଲେ। ଜିଲାର ମାଟ୍ରିକ୍‌ ଟପ୍ପର ଓମ୍‌ ପ୍ରକାଶ ସାହୁ , ସର୍ବକନିଷ୍ଠ ଭାବେ ଜାତୀୟ ସଙ୍ଗୀତ ଗାନ କରି ରେକର୍ଡହାସଲ କରିଥବା ସାଇସମ୍ପନ୍ନ ପୃଷ୍ଟି, କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଅନ୍ୟ ଅନନ୍ୟା ମିଶ୍ର, ଦିବ୍ୟାଙ୍ଗ କ୍ରିକେଟ୍‌ ଖେଳାଳି ସିପୁନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାର ଶ୍ରେଷ୍ଠ ବିଦ୍ୟାଳୟ ଭାବେ କାମାକ୍ଷାନଗର କାନପରା ସ୍ଥିତ ପଞ୍ଚାୟତିରାଜ ହାଇସ୍କୁଲକୁ ସମ୍ମାନିତ କରାଯାଇଥଲା। ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ
ପୁରସ୍କୃତ ହୋଇଥିଲେ। ଉଲେଖନୀୟ ସେବା ପାଇଁ ପୌରପାଳିକା କର୍ମଚାରୀ ପାର୍ବତୀ ସାହୁ, କନିଷ୍ଠ ଯନ୍ତ୍ରୀ ଅଭିଷେକ ବ୍ରହ୍ମା, ୟୁଏମ୍‌ସି ପବିତ୍ର ପ୍ରଧାନ, ସ୍ୱଚ୍ଛସାଥୀ କଲ୍ୟାଣ ଆଚାର୍ଯ୍ୟ, ସ୍ୱଚ୍ଛକର୍ମୀ ମାମି ବେହେରା ପୁରସ୍କୃତ ହୋଇଥିଲେ। ଜିଲ୍ଲା ଚିକିତ୍ସାଳୟରେ ରୋଗୀଙ୍କୁ ଫଳ, କାରାଗାର ଓ ଦୃଷ୍ଟିହୀନ ବିଦ୍ୟାଳୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସକାଳେ ସହରସ୍ଥିତ ବରପତ୍ରଙ୍କୁ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ, ବନ ବିଭାଗ ପକ୍ଷରୁ ଚାରା ରୋପଣ, ସାହିତ୍ୟ ଏକାଡେମୀ ପକ୍ଷରୁ କବିତା ପାଠୋତ୍ସବ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ବିଧାୟକ ସୁଧୀର କୁମାର ସାମଲ, ଜିଲା ପରଷଦି ସଭାନେତ୍ରୀ
ଅର୍ଚ୍ଚନା ପୁହାଣ, ଜିଲାପାଳ ସରୋଜ କୁମାର ସେଠୀ, ଜିଲ୍ଲା ଆରକ୍ଷୀ ଅଧୀକକ ଲୋଗାନୟାୀ ବ୍ୟା ଭି.,ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ , ଜନପ୍ରତିନିଧୀ ଉପସ୍ଥିତ ଥିଲେ। ଅବନୀ
ମିଶ୍ର କାଯ୍ୟକ୍ରମ ର୍ ସଂଯୋଜନା କରିଥିଲେ ।

Leave A Reply

Your email address will not be published.

twenty − thirteen =