ଢେଙ୍କାନାଳ : ସ୍ୱାଧିନତାର ୭୫ବର୍ଷ ପୂର୍ତି ଉପଲକ୍ଷେ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ଆଜି ୭୬ତମ ସ୍ୱାଧୀନତା ଦିବସରେ ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ପ ପାତ୍ରଙ୍କ ନେତୃତ୍ୱରେ ଗଁଦିଆ ବ୍ଲକ୍, ବିଧାରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଝିଲ୍ଲି ଗ୍ରାମ ଠାରୁ ଏକ ବିଶାଳ ତ୍ରିରଙ୍ଗାଯାତ୍ରା ମୋଟରସାଇକେଲ୍ ରାଲିରେ ବାହାରି ଗଁଦିଆ ବ୍ଲକ୍ ପରିସରରେ ଥିବା ସ୍ୱାଧିନତା ସଂଗ୍ରାମୀଙ୍କ ପ୍ରତିମୂର୍ତୀ, ଷଡଙ୍ଗୀ କଲେଜ୍ ନିକଟସ୍ଥ ସହୀଦ୍ ତୁଷାରକାନ୍ତ ବରାଳଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ମନ୍ଦାର ଦେଇ ବିଶ୍ୱର ସର୍ବ କନିଷ୍ଠ ସହୀଦ ବାଜି ରାଉତ ଗ୍ରାମ ନୀଳକଣ୍ଠପୁର ପହଁଚି ତାଙ୍କ ପ୍ରତିମୂର୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ରାଲି ଶେଷ ହୋଇଥିଲା ।
ଜିଲ୍ଲା ସାଧାରଣ ସଂପାଦକ ତଥା ପୋରୁହଖୋଜ ଗ୍ରାମପଞ୍ଚାୟତର ସରପଞ୍ଚ ରତିକାନ୍ତ ସାହୁ ଉକ୍ତ ତ୍ରିରଙ୍ଗା ଯାତ୍ରାକୁ ସଂଯୋଜନା କରିଥିବା ସ୍ଥଳେ ଢେଙ୍କାନାଳ ଲୋକସଭା କ୍ଷେତ୍ରର ସଂଯୋଜକ ପ୍ରେମାନନ୍ଦ ଜେନା, ଜିଲ୍ଲା ଉପସଭାପତି ବିଷ୍ଣୁ ପ୍ରସାଦ ଲେଙ୍କା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, କପିଳାସ ମଣ୍ଡଳ ସଭାପତି ଶୈଳେନ୍ଦ୍ର ସିଂ, ମହିମା ମଣ୍ଡଳ ସଭାପତି ପ୍ରତ୍ୟୁଷ ହରି ପ୍ରଧାନ, ଗଁଦିଆ ମଣ୍ଡଳ ସଭାପତି ଲଳିତ ଦାସ, ନିହଲ ପ୍ରସାଦ ମଣ୍ଡଳ ସଭାପତି ପ୍ରଦୀପ ଦାସ, ସମିତିସଭ୍ୟ ଶତୃଘନ ରାଉତ, ସରପଞ୍ଚ ମାନଭଞ୍ଜନ ମହାନ୍ତି, ଅଜୟ ମହାନ୍ତି, ସଞ୍ଜୟ ପୃଷ୍ଟି, ବରିଷ୍ଠ ନେତା ସଜଳେନ୍ଦ୍ର ଜେନା, ଦୀପକ ଦାସସାମନ୍ତ, ଅଭୟ ପାଣି, ଦିଗାମ୍ବର ସାହୁ, ଅମ୍ବିକା ମିଶ୍ର, ସନ୍ତୋଷ ମିଶ୍ର, ସିଦ୍ଧାର୍ଥ ଶଙ୍କର ସାମଲ, ଚିତରଞ୍ଜନ ମହାନ୍ତି, ନିର୍ମଳ ବିହାରୀ, ଲମ୍ବୋଦର ପରିଡା, ମଳୟ ଜେନା, ପ୍ରଶାନ୍ତ ପ୍ରଧାନ, ବୁଲୁ ବେହେରା, ରବିନାରାୟଣ ପରିଡାଙ୍କ ସମେତ ୫୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ଉକ୍ତ ତ୍ରିରଙ୍ଗା ଯାତ୍ରାରେ ଭାଗ ନେଇଥିଲେ ।