ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଅମୃତ ମହୋତ୍ସବ ପାଳିତ !

ଢ଼େଙ୍କାନାଳ : ଆଜାଦି କା ଅମୃତ ମହୋତ୍ସବ ଅବସରରେ ଘରେ ଘରେ ଉଡିବ ଜାତୀୟ ପତାକା ତ୍ରୀରଙ୍ଗା। ଏହି ଆହ୍ବାନକୁ ସଫଳ କରିବାକୁ ବିନା ମୂଲ୍ୟରେ ତ୍ରିରଙ୍ଗା ପତାକା ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ତେବେ ପରିଷଦ ସଭାଗୃହରେ ପ୍ରସ୍ତୁତି ବୈଠକ ଡକାଇ ଭୁବନ ବିଜ୍ଞାପିତ ଅଞ୍ଚଳରେ ହର ଘର ତିରଙ୍ଗା ପ୍ରସ୍ତୁତ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଆଜି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହ ଅଧିକାରୀ ଶ୍ୟାମସୁନ୍ଦର ସାହୁ ଏବଂ ନଗରପାଳ ଶୁଭେନ୍ଦୁ କୁମାର ସାହୁ ତିରଙ୍ଗା ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ତେଣୁ ଏବେ ସବୁଠି ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇ ହୋଇଛି ଭୁବନ। ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଭାରତ ପାଳୁଛି ଅମୃତ ମହୋତ୍ସୋବ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆଜି ସବୁଠି ତ୍ରିରଙ୍ଗାକୁ ନେଇ ଉତ୍ସାହ ଓ ଉତ୍ସବର ମାହୋଲ। ଏହି କ୍ରମରେ ୬୦୦୦ ଜାତୀୟ ପତାକା ଘରେ ଘରେ ବଣ୍ଟନ କରିବା ପାଇଁ ସ୍ଥାନୀୟ ବାଜିରାଉତ କଲ୍ୟାଣ ମଣ୍ଡପରୁ ଆରମ୍ଭ ହୋଇ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ବ୍ୟବସାୟିକ ଅନୁଷ୍ଠାନ, ସମସ୍ତ ସରକାରୀ ଅଫିସ ସହିତ ପ୍ରତ୍ୟେକ ଘରେ ଜାତୀୟ ପତାକା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ତେବେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ଏବଂ ଭୁବନ ଜନସାଧାରଣ ସାମିଲ ହୋଇ ସାରା ଦେଶରେ ଉତ୍ସାହର ସହ ପାଳନ ହେଉଥିବା ଉତ୍ସବରେ ନିଜକୁ ସାମିଲ କରିଛନ୍ତି ।

Leave A Reply

Your email address will not be published.

3 + twelve =