କପିଳାସ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହସ୍ତୀ ଦିବସ ପାଳିତ !

ଢେଙ୍କାନାଳ : କପିଳାସ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି।

ଏଲିଫ୍ୟାଣ୍ଟ ରେସ୍କ୍ୟୁ ସେଣ୍ଟରରେ ଥିବା ୬ ହାତୀ ପ୍ରାଣୀ ଉଦ୍ୟାନ ପରିକ୍ରମା କରି ପର୍ଯ୍ୟଟକଙ୍କ ଭରପୂର ମନୋରଞ୍ଜନ କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପରିବେଶବିତ୍ ‌, ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର। ବିଶ୍ୱ ହସ୍ତୀ ଦିବସ ଅବସରରେ କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ଏଲିଫ୍ୟାଣ୍ଟ ରେସ୍କ୍ୟୁ ସେଣ୍ଟର ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ଏଲିଫ୍ୟାଣ୍ଟ ରେସ୍କ୍ୟୁ ସେଣ୍ଟରରେ ଥିବା ହାତୀ ଙ୍କୁ ଭଲ ଭାବେ ଗାଧୋଇ ସହିତ ସେମାନଙ୍କୁ ପୂଜାର୍ଚ୍ଚନା କରି ପ୍ରାଣୀ ଉଦ୍ୟାନ ପରିସରକୁ ଅଣାଯାଇ ଥିଲେ। ହାତୀ ଦିବସ ପାଳନ ଉପଲକ୍ଷେ ଏକାଠି ହୋଇଥିବା ପର୍ଯ୍ୟଟକ, ବନ କର୍ମଚାରୀ , ପରିବେଶବିତ ‌, ଛାତ୍ରୀଛାତ୍ର, ଶିକ୍ଷକ ଶିକ୍ଷୟତ୍ରୀ ସେମାନ ଙ୍କୁ ବିଭିନ୍ନ ପ୍ରକାର ଫଳ ଖାଇବାକୁ ଦେଇଥଲେ। ହାତୀଙ୍କୁ ସାଜସଜ୍ଜା କରି ପ୍ରାଣୀ ଉଦ୍ୟାନରେ ପରିକ୍ରମା କରାଯାଇଥିଲା।

ହାତୀ ବଂଶର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ସହକାରୀ ବନ ସଂରକ୍ଷକ ସୁବ୍ରତ ପାତ୍ର, ହାତୀ ସୁରକ୍ଷା ପାଇଁ କାର୍ଯ୍ୟରତ ପରିବେଶବିତ ଅରବିନ୍ଦ ମାଝି, ଇକୋ କ୍ଲବର ମାଷ୍ଟର ଟ୍ରେନର ଦୀପ୍ତିମୟୀ ଲେଙ୍କା ପ୍ରମୁଖ ଆହ୍ବାନ ଦେଇଥିଲେ। କପିଳାସ ରେଞ୍ଜର ତରୁଣ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

seven − 6 =