ଢେଙ୍କାନାଳ: ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଅନୁବନ୍ଧିତ ସଙ୍ଗଠନ ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ, ଓଡ଼ିଶା, ଢେ଼ଙ୍କାନାଳ ଶାଖା ପକ୍ଷରୁ ସାଙ୍ଗଠନିକ ନିର୍ବାଚନ ଓ ଶପଥ ଗ୍ରହଣ ଉତ୍ସବ -୨୦୨୨ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଦ୍ଵିତୀୟ ଅଧିବେଶନ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାର୍ଥନା ସଭା ଗୃହରେ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ, ଓଡ଼ିଶାର ରାଜ୍ୟ ଉପସଭାପତି ଶିକ୍ଷାବିତ୍ ଦେବରାଜ ସାହୁଙ୍କ ପୌରୋହିତ୍ୟରେ ସାଙ୍ଗଠନିକ ନିର୍ବାଚନ ଓ ଶପଥ ଗ୍ରହଣ ଉତ୍ସବ -୨୦୨୨ ଅନୁଷ୍ଠିତ ହୋଇଯାଇଛି।ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ସ୍ଥାୟୀ ସଦସ୍ୟ ତଥା ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ, ଓଡ଼ିଶାର ମୁଖ୍ୟ ଉପଦେଷ୍ଟା ଡ଼ଃ ନାରାୟଣ ମହାନ୍ତିଙ୍କ ଉପସ୍ଥିତିରେ ଢେ଼ଙ୍କାନାଳ ଜିଲ୍ଲା କାର୍ଯ୍ୟକାରିଣୀ ଗଠନ କରାଯାଇଥିଲା। ବରିଷ୍ଠ ଶିକ୍ଷାବିତ୍ ଡ଼ଃ ନିରଞ୍ଜନ ଦାଶ ସଭାପତି ଭାବରେ, ଉପସଭାପତି ଭାବରେ ଗୋଲକ ବିହାରୀ ଦାଶ, ସମ୍ପାଦକ ଭାବରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଗେଙ୍ଗୁଟିଆର ପ୍ରଧାନ ଶିକ୍ଷକ ଶଶାଙ୍କ ଶେଖର ଦାଶ, ସହ-ସମ୍ପାଦକ ଭାବେ ଶିକ୍ଷାବିତ୍ ଲୋକନାଥ ଷଡ଼ଙ୍ଗୀ, ମିଡ଼ିଆ ପ୍ରଭାରୀ ଡ଼ା. ଦେବୀ ପ୍ରସାଦ ମିଶ୍ର,ଓ ଅନ୍ୟତମ ସଭ୍ୟ ଭାବରେ ସରସ୍ୱତୀ ଶିଶୁମନ୍ଦିର ଓଡ଼ାପଡ଼ାର ପ୍ରଧାନ ଆଚାର୍ଯ୍ୟ ଦୁର୍ଗା ଚରଣ ରାଉତ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ।
ମାର୍ଗଦର୍ଶନ କରିବା ନିମନ୍ତେ ଉପଦେଷ୍ଟା ଭାବରେ ପ୍ରାଧ୍ୟାପକ ଅଟଳ ବିହାରୀ ଦାଶ, ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ, ଓଡ଼ିଶାର ରାଜ୍ୟ ଉପସଭାପତି ଶିକ୍ଷାବିତ୍ ଦେବରାଜ ସାହୁ ଢେ଼ଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ସମୀର କୁମାର ସାହୁଙ୍କୁ ମୂଖ୍ୟ ଉପଦେଷ୍ଟା ଭାବରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ କରାଯାଇ ଅନୁମୋଦନ କରାଯାଇଥିଲା। ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ସ୍ଥାୟୀ ସଦସ୍ୟ ତଥା ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ, ଓଡ଼ିଶାର ମୁଖ୍ୟ ଉପଦେଷ୍ଟା ଡ଼ଃ ନାରାୟଣ ମହାନ୍ତି ସମସ୍ତ କର୍ମକର୍ତ୍ତାଙ୍କୁ ଶପଥ ଗ୍ରହଣ କରାଇଥିଲେ । ପ୍ରାରମ୍ଭରେ ମଞ୍ଚାସୀନ ଅତିଥି ବୃନ୍ଦ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଭାରତ ମାତାଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଶିକ୍ଷାବିତ୍ ଲୋକନାଥ ଷଡ଼ଙ୍ଗୀ ସରସ୍ୱତୀ ବନ୍ଦନା ଗାନ କରିଥିଲେ। ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଗେଙ୍ଗୁଟିଆର ପ୍ରଧାନ ଶିକ୍ଷକ ଶଶାଙ୍କ ଶେଖର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ।
ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ, ଓଡ଼ିଶାର ରାଜ୍ୟ ଉପସଭାପତି ଶିକ୍ଷାବିତ୍ ଦେବରାଜ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଢେ଼ଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ.ସମୀର କୁମାର ସାହୁ,ପ୍ରାକ୍ତନ ପ୍ରାଧ୍ୟାପକ ଅଟଳ ବିହାରୀ ଦାଶ, ଓ ଆଇନଜୀବୀ ଦୀପକ ପ୍ରସାଦ ପଟ୍ଟନାୟକ,ସରସ୍ୱତୀ ଶିଶୁମନ୍ଦିର ଓଡ଼ାପଡ଼ାର ପ୍ରଧାନ ଆଚାର୍ଯ୍ୟ ଦୁର୍ଗା ଚରଣ ରାଉତ ସ୍ଵାଧୀନତା ସମ୍ପର୍କରେ ଦୃଢ଼ ମତପୋଷଣ କରିଥିଲେ ।
ଢେ଼ଙ୍କାନାଳ ଜିଲ୍ଲାର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରୁ ଅବସରପ୍ରାପ୍ତ ଶିକ୍ଷାବିତ୍ ଅନେକ ମହାବିଦ୍ୟାଳୟ ଅଧକ୍ଷ ଡ଼ଃ ଭବାନୀ ଶଙ୍କର ମିଶ୍ର, ଆଇନଜୀବୀ ଦୀପକ ପ୍ରସାଦ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ପଟ୍ଟନାୟକ,ଗୋଲକ ବିହାରୀ ସାହୁ, କୃଷ୍ଣ କୁମାର ମହାନ୍ତି, ଦିଲ୍ଲୀପ କୁମାର ସାହୁ,ବିରଞ୍ଚି ନାରାୟଣ ଷଡ଼ଙ୍ଗୀ, ଶଶିକାନ୍ତ ଦାସ ପ୍ରମୁଖ ଆଲୋଚନାଚକ୍ରରେ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ଏହି ସାଙ୍ଗଠନିକ ନିର୍ବାଚନ ଶପଥ ଗ୍ରହଣ ଉତ୍ସବର ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।