ଢେଙ୍କାନାଳ : କାମାକ୍ଷାନଗରରେ ପୂର୍ତ୍ତ ବିଭାଗ ତରଫରୁ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ବଜାରରେ ରାଜସ୍ୱ ବିଭାଗ ଡାକବଙ୍ଗଳା, ମହୁଲପାଳ ନିକଟରେ ପଥପ୍ରାନ୍ତ ଯାତ୍ରୀନିବାସ ଏବଂ ଭୋଜନାଳୟର ଶିଳାନ୍ୟାସ କରିଥଲେ। ଏହିସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଅଞ୍ଚଳବାସୀ ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି।
ଉପଜିଲାପାଳ ଜ୍ୟୋତି ଶଙ୍କର ସାହୁ, ନଗରପାଳ ଧର୍ମାନନ୍ଦ ପରିଡ଼ା, ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ, ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ହରିପାଲ, ସହକାରୀ ଯନ୍ତ୍ରୀ ଦୀପ୍ତିମୋହନ ମଲ୍ଲିକ, ଅଚୁ୍ୟତାନନ୍ଦ ମଲ୍ଲିକ, ମଙ୍ଗୁତଲାଲ କଟାରୁକା, ସିଲୁ ସାହୁ, ଧମେନ୍ଦ୍ର ଦାସ, ବନମାଳୀ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ ସରକାରଙ୍କ ଉଦ୍ୟମରେ କାମାକ୍ଷାନଗର ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଜାରି ରହିଛି। ରାସ୍ତାଘାଟ, ପୋଖରୀ ସମେତ ସରାଞ୍ଚଳର ବିକାଶ ଲାଗି ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜସ୍ୱ ଡାକବଙ୍ଗଳା, ଯାତ୍ରୀନିବାସ ଏବଂ ଭୋଜନାଳୟ କାର୍ଯ୍ୟକ୍ଷମ ହେବା ପରେ କେବଳ ଅଞ୍ଚଳବାସୀ ନୁହନ୍ତି, ବାହାରୁ ଆସୁଥିବା ଲୋକମାନେ ମଧ୍ୟ ଉପକୃତ ହୋଇପାରିବେ ବୋଲିମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।
କାମାକ୍ଷାନଗରକୁ ଜିଲ୍ଲାର ସର୍ବଶ୍ରେଷ୍ଠ ଏନଏସ୍ ରେି ପରଣତି କରିବା ଲାଗି ଆବଶ୍ୟକ ସମସ୍ତ ସହଯୋଗ କରାଯିବ ବୋଲି ନଗରପାଳ ଧର୍ମାନନ୍ଦ ପରିଡ଼ା କହିଛନ୍ତି।