ମହାତ୍ମାଗାନ୍ଧୀଙ୍କର ପ୍ରଥମ ଓଡିଶା ଆଗମନର ୧୦୦ ବର୍ଷର ପୂର୍ତ୍ତି ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜ୍ଞାପନ !

ଢେଙ୍କାନାଳ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ପ୍ରଥମ ଓଡିଶା ଆଗମନର ୧୦୦ ବର୍ଷର ପୂର୍ତି ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନ ସଭାଗୃହ ଠାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଛନ୍ତି ।

ସ୍ୱାଧୀନ ଭାରତ ବର୍ଷର ପରିକଳ୍ପନା କରି ଗାନ୍ଧିଜୀ ଭାରତବାସୀଙ୍କୁ ଏକ ନୂତନ ଦିଗ ଦେଖାଇ ପାରିଥିଲ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଗାନ୍ଧିଜୀଙ୍କ ସରଳ ଜୀବନ ଯାପନ ଶୈଳୀ ଓ ସ୍ୱଦେଶ ପ୍ରୀତି ଜନଜାଗରଣରେ ଗଭୀର ପ୍ରଭାବ ପକାଇ ପାରିଥିଲା ବୋଲି ସେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଆଇଏଏସ୍ ପ୍ରୋବେସନ ବିଭୁତି ଭୁଷଣ ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରିୟମ୍ବଦା ବେହେରା, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ୱର ଭଗାନ ଗୁରୁଙ୍କ ସମେତ ବିଭାଗୀୟ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ ।
Leave A Reply

Your email address will not be published.

3 × 3 =