ଜିଲ୍ଲାରେ ଜାତୀୟ ମତ୍ସ୍ୟ ଦିବସ ପାଳିତ !

ଢେଙ୍କାନାଳ : କୁଞ୍ଜକାନ୍ତ ସ୍ଥିତ ଜିଲ୍ଲା ମତ୍ସ୍ୟ ଅଧିକାରୀ କାର୍ଯ୍ୟାଳୟ ପରିସରରେ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ ହୋଇଯାଇଛି ।

ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଦିପ୍ତ କିଶୋର ଭୁୟାଁଙ୍କ ନେତୃତ୍ୱରେ ଢେଙ୍କାନାଳ ଜିଲ୍ଲ୍‌ା ଅ୍‌ତର୍ଗତ ଆଠଟି ବ୍ଳକର ଅଗ୍ରଣୀ ଚାଷୀ ତଥା ମହିଳାମାନେ ଏକତ୍ରିତ ହୋଇ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରିଥିଲେ । ଆୟୋଜିତ ସଭାରେ ଶ୍ରୀ ଭୂୟାଁ ଦିବସର ମହତ୍ୱ ବୁଝାଇବା ସହିତ ଅଗ୍ରଣୀ ଚାଷୀମାନଙ୍କୁ ଅଧିକ ଉନ୍ନତି ପଥରେ ଆଗେଇବା ନିମନ୍ତେ ଉତ୍ସାହିତ କରିଥିଲେ ।

ଶ୍ରୀମତୀ ଲ୍ୱପ୍ନାଲିପା ସାହୁ, ସହକାରୀ ମତ୍ସ୍ୟ ଅଧିକାରୀ ଭୁବନ ବ୍ଳକ ଚାଷୀମାନଙ୍କୁ ଏକତ୍ରିତ ହୋଇ କାମକରି ଢେଙ୍କାନାଳ ଜିଲ୍ଲାକୁ ଏକ ନମ୍ବର ଜିଲ୍ଲା ଭାବେ ଗଢତୋଳିବାକୁ ଆହ୍ୱାନ ଦେଇଥିଲେ । ଓଡାପଡା ବ୍ଳକ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ବେହେରା ମାଛ ଚାଷ ସମ୍ପର୍କରେ ଧାରଣା ଦେବା ସହ ସରକାରଙ୍କ ପ୍ରମୁଖ ଯୋଜନା ଗୁଡିକ ସମ୍ପର୍କରେ ଅବଗତ କରାଇଥିଲେ ।

ପରିଶେଷରେ ଜିଲ୍ଲାର ସଫଳ ଚାଷୀ ଅବିନାଶ ପଣ୍ଡା, କ୍ଷୀରୋଦ ସାମଲ ଏବଂ ଭୁବନ ବ୍ଳକ ଅରଖପାଳ ପଞ୍ଚାୟତର ଶକ୍ତି ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ପୂର୍ଣ୍ଣଭଦ୍ରା ପାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହକାରୀ ମତ୍ସ୍ୟ ଅଧକାରୀ ଶୋଭନ ସାମଲ, ଶରତ ଚନ୍ଦ୍ର ଜେନା ଏବଂ ହରିଶଙ୍କର ମହାନ୍ତି ପରିଚାଳନା କରିଥିଲେ ।

Leave A Reply

Your email address will not be published.

16 − twelve =