ଢ଼େଙ୍କାନାଳ : ଗଁଦିଆ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ କପିଳାସ ପାଦଦେଶରେ ଅବସ୍ଥିତ ଦେଓଗାଁ ସ୍ଥବଳଦେବ ଜୀଉ ମନ୍ଦିର ମଣ୍ଡପ ଠାରେ ଠାକୁରଙ୍କର ରୁପା ବେଶ ଅବସରରେ ସନ୍ଧ୍ୟା ସମୟରେ ସାସ୍କୃତିକ କାର୍ଯ୍ୟକ୍ରମ ରେ ଭଜନ ସଂଧ୍ୟା ଅନୁଷ୍ଠତ ହୋଇଯାଇଛି ।
ଶ୍ରୀ ଶ୍ରୀ ବଳଦେବଜୀଉ ଭଜନ କମିଟି ଓ ଜିଲ୍ଲା ଦେବୋତ୍ତର ବିଭାଗ ମିଳିତ ଆନୁକୂଲ୍ୟରେ ପରିବେଷିତ ଭଜନ ସନ୍ଧ୍ୟା ଅନୁଷ୍ଠାନର ସଭାପତି ବିଜୟ କୁମାର ମହାପାତ୍ର ଙ୍କର ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଉଦୟ ନାଥ ମହାପାତ୍ର ଯୋଗ ଦେଇ ମହାପ୍ରଭୁ ଜଗନ୍ନାଥ ଓ ବଳଦେବଜୀଉ ଙ୍କଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ l
ସମ୍ନାନିତ ଅତିଥି ଭାବେ ଅତିରିକ୍ତ ତହସିଲଦାର ଗିତୁ ବେହେରା ସ୍ଥାନୀୟ ସରପଞ୍ଚ ବିଜୟ କୁମାର ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ଅନୁଷ୍ଠାନର ସମ୍ପାଦକ ସୁମନ୍ତ ମହାନ୍ତି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଓଡ଼ିଶାର ସୁନାମଧନ୍ୟ କଳାକାର ବାଦଲ ଆଚାର୍ଯ୍ୟ , ଅନୁସୟା ନାଥ ଗୋବିନ୍ଦ ଚନ୍ଦ୍ର ମାନସୀ ଦାସ ଇପସୀତା ପଣ୍ଡା ପ୍ରମୁଖ ନିଜର ସୁଲଳିତ କଣ୍ଠରେ ଜଗନ୍ନାଥ ଙ୍କର ଭଜନ ପରିବେଷଣ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମଟିକୁ ବର୍ଷିୟାନ କଳାକାର ବିଶ୍ୱଜିତ ପତି ପରିଚାଳନା କଟିଥିବା ବେଳେ ଅସିତ ମହାନ୍ତି ସହଯୋଗ କରିଥିଲେ । ମଧ୍ୟାନ୍ତର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଜଗନ୍ନାଥ ଙ୍କର ଭଜନ ଶ୍ରବଣ କରିଥିଲେ ।