ନର୍ସିଂ ଷ୍ଟାଫଙ୍କୁ ରୋଗୀଙ୍କ ସମ୍ପର୍କୀୟମାନେ ମାଡ ମାରିବା ଅଭିଯୋଗ : ଓପିଡିଗେଟରେ ତାଲା ପକାଇ ଧାରଣା ରେ ବସିଲେ ନର୍ସିଂ ଷ୍ଟାଫ !

ଢ଼େଙ୍କାନାଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ବିଏସ୍‌ସି ଓ ଜିଏନଏମ୍‌ ନର୍ସିଂ ଷ୍ଟାଫଙ୍କୁ ଜଣେ ରୋଗୀଙ୍କ ସମ୍ପର୍କୀୟମାନେ ମାଡ ମାରିଥିବା ଅଭିଯୋଗ ହୋଇଛି।

ଏହି ଘଟଣାର ପ୍ରତିବାଦରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବହୁ ସଂଖ୍ୟାରେ ନର୍ସିଂ ଷ୍ଟାଫ୍‌ ଓପିଡିଗେଟରେ ତାଲା ପକାଇ ଧାରଣା ଦେବା ସହିତ ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରିଛନ୍ତି।

ପ୍ରକାଶ ଯେ, ଜ୍ୱରରେ ପୀଡିତ ଜଣେ ରୋଗୀ ଗୁରୁତର ହେବାରୁ ଡାକ୍ତରମାନେ ତାଙ୍କୁ କଟକ ନେଇଯିବାକୁ ସମ୍ପର୍କୀୟ ମାନଙ୍କୁ ପରାମର୍ଶ ଦେଇଥଲେ। ରୋଗୀଙ୍କୁ କଟକ ସ୍ଥାନାନ୍ତର କରବା ସମୟରେ ତାଙ୍କ ସମ୍ପର୍କୀୟ ମାନେ ଚିକିତ୍ସାଳୟର ବେଡ୍‌ଶିଟକୁ ନେଇଯାଉଥବା ବେଳେ ନର୍ସିଂ ଷ୍ଟାଫମାନେ ବାରଣ କରିଥିଲେ। ଏଥରେ ରାଗିଯାଇ ରୋଗୀଙ୍କ ସମ୍ପର୍କୀୟ ମାନେ ନର୍ସିଂ ଷ୍ଟାଫ ରାସବିହାରୀ ମିଶ୍ର ଓ ଅଙ୍କିତ କରଙ୍କୁ
ଗାଳିଗୁଲଜ କରିବା ସହିତ ମାଡମାରି ଫେରାର ହୋଇଯାଇଥଲେ।

ଏହି ଘଟଣାର ପ୍ରତିବାଦରେ ନର୍ସିଂ କର୍ମଚାରୀମାନେ ଧାରଣା ଦେବା ସହ କର୍ତ୍ତବ୍ୟରତ କର୍ମଚାରୀଙ୍କୁ ସୁରକ୍ଷା ଓ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିକରିଥଲେ। ଖବରପାଇ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ଜୟକୃଷ୍ଣ ନାୟକ ଓ ଟାଉନ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର ପହଞ୍ଚି ବୁଝାଶୁଝାକରିଥିଲେ। ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ କହିଛନ୍ତି , ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ଅବଗତ କରାଯାଇଛି।

କର୍ତ୍ତବ୍ୟରତ କର୍ମଚାରୀ ଓ ରୋଗୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚିକିତ୍ସାଳୟରେ ଏକ ଫାଣ୍ଡି ପ୍ରତଷ୍ଠା ପାଇଁ ରାଜ୍ୟ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇ ଦିଆଯାଇ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.

five × 1 =