ଭୁବନ ; ଜିରାଳ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସ୍ୱତନ୍ତ୍ର ଶିବିର ଉଦଘାଟିତ !

ଢେଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ମହାବିଦ୍ୟାଳୟ ପରିସର ରେ +୩ ଛାତ୍ର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଏକ ସାତଦିନିଆ ସ୍ଵତନ୍ତ୍ର ସେବା ଶିବିର ଉଦଘାଟିତ ହୋଇଯାଇଛି।

ଏହି ଉପଲକ୍ଷେ ପୂର୍ବାହ୍ନ ଆଠ ଟା ସମୟରେ ପଚିଶ ଜଣ ଛାତ୍ର ଙ୍କ ସମେତ ମହାବିଦ୍ୟାଳୟ ର ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ଗହଣ ରେ ମୁଖ୍ୟ ବକ୍ତା ମହାବିଦ୍ୟାଳୟ ର ପ୍ରାଧ୍ୟାପକ ଶ୍ରୀଯୁକ୍ତ ଅଭୟ ବେହେରା ଜାତୀୟ ସେବା ଯୋଜନା ର ପତାକା ଉତ୍ତୋଳନ କରି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଏହି ଉଦ୍ଘାଟନ ଉତ୍ସବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଅଗସ୍ତି ପ୍ରାରମ୍ଭିକ ଅଭିଭାଷଣ ରେ ଯୁବଶକ୍ତି କୁ ଜାତୀୟ ସମ୍ପତି ଭାବରେ ଅଭିହିତ କରି ଏହାର ରକ୍ଷଣବେକ୍ଷଣ ର ଦାୟିତ୍ଵ ଯୁବପିଢି ଠାରେ ନିହିତ ବୋଲି କହିଥିଲେ। ମୁଖ୍ୟବକ୍ତା ଛାତ୍ର ମାନଙ୍କୁ ଉଚିତ୍ ଦିଶାରେ ଯିବା ଓ ନିଃସ୍ଵାର୍ଥ ଭାବେ ଦେଶ ସେବା ଲାଗି ଉଦବୁଦ୍ଧ କରିବା କାଳରେ ସ୍ଵାମୀ ବିବେକାନନ୍ଦଙ୍କ ଧିମଭା ଓ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ।ଏଥି ସହିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ଦାୟିତ୍ଵ ରେ ଥିବା କର୍ମକର୍ତ୍ତା ଅଧ୍ୟାପକ ପ୍ରଦୀପ ଦାସ,ଅଧ୍ୟାପକ ଶ୍ରୀ ସୁବ୍ରତ ପରିଡ଼ା ତଥା ପ୍ରଫୁଲ୍ଲ ସାହୁ, ରଞ୍ଜନ ରାଉତ, ପ୍ରସନ୍ନ ଦାସ, କେଶବ ଚନ୍ଦ୍ର ବେହେରା, ରବି ନାରାୟଣ ରାଉତ ଓ କୋଦଣ୍ଡ ଧର ରାଉଳ ଆଦି ଅନ୍ୟାନ୍ୟ କର୍ମକର୍ତ୍ତା ସମୂହ ଛାତ୍ର ମାନଙ୍କୁ ସମ୍ବୋଧନ କରି ବେଶ୍ ଅନୁପ୍ରେରଣାମୂଳକ ଅଭିଭାଷଣ ପ୍ରଦାନ କରିଥିଲେ।

ଶେଷରେ ନକୁଳ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିବା ପରେ ସଭା ସାଘଂ ହୋଇଥିଲା। ଏହି ସିବିରଟି ସାତ ଦିନ ଯାଏ ଚାଲିବ ବୋଲି ଅନୁଷ୍ଠାନ ତରଫରୁ ଜଣାଯାଇଛି ।ଏହି ଶିବିରକୁ ରଞ୍ଜିତ ଜେନା, ସତ୍ୟବ୍ରତ ସାହୁ,ସିପୁନ ସ୍ୱାଇଁ, ଷ୍ଟାର୍ ବାବୁ ସ୍ୱାଇଁ,ସୁଧାଂଶୁ ସାହୁ ଓ ସ୍ବାଧିନ ପlତ୍ର ସୁଚାରୁ ରୂପେ ସମ୍ପାଦନ କରିଥିଲେ।

Leave A Reply

Your email address will not be published.

fifteen − 2 =