ଢ଼େଙ୍କାନାଳ : ବୈଦ୍ୟୁତିକ ଗଣମାଧ୍ୟମ ବଡ଼ ଖବର ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀକୁ ନେଇ ସାରା ରାଜ୍ୟରେ ପ୍ରତିବାଦର ସ୍ୱର ଉଠୁଥିବା ବେଳେ ହିନ୍ଦୋଳ ସାମ୍ବାଦିକ ସଂଘ ମଧ୍ୟ ଉକ୍ତ ଘଟଣାର ଦୃଢ଼ ପ୍ରତିବାଦ କରିଛି ।
ବଡ଼ ଖବର ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଙ୍କ ଗିରଫ ପ୍ରତିବାଦରେ ହିନ୍ଦୋଳ ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସବୁବେଳେ ସାମ୍ବାଦିକମାନଙ୍କୁ ଆକ୍ରୋଶ ରଖି ସତ୍ୟର କଣ୍ଠରୋଧ କରି ବିଭିନ୍ନ ପ୍ରକାର ହଇରାଣ ହରକତ କରାଯାଉଥିବାରୁ ସଂଘ ପକ୍ଷରୁ ଏହାର ଦୃଢ ନିନ୍ଦା କରାଯାଇଛି। ସାମ୍ବାଦିକ ସୁରକ୍ଷା ଆଇନ୍ ଆଣିବା ସହ ଏପରି ଅମାନବୀୟ କାର୍ଯ୍ୟ କୁ ତୁରନ୍ତ ବନ୍ଦ କରିବାକୁ ସଂଘ ପକ୍ଷରୁ ରାଜ୍ୟପାଳଙ୍କୁ ନିବେଦନ କରାଯାଇଛି।