ସିନର୍ଜୀ ଛାତ୍ରମାନଙ୍କ ଦ୍ୱାରା ଇ-ବାଇକର ଲୋକାର୍ପଣ !

ଢେଙ୍କାନାଳ : ସ୍ଥାନୀୟ ସିନର୍ଜୀ ଡିପ୍ଲୋମା ବିଭାଗର ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ଛାତ୍ରମାନଙ୍କ ଦ୍ୱାରା ପ୍ରସ୍ତୁତ’ଇ-ବାଇକ’କୁ ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ ସରୋଜ କୁମାର ସେଠୀ ନିଜେ ଚଲାଇ ଏହାକୁ ଲୋକାର୍ପଣ କରିବା ସହିତ ଛାତ୍ରମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ ଏବଂ ତୈଳ ସମସ୍ୟାର ସମାଧାନ ହେବା ପାଇଁ ଆଗାମୀ ଦିନରେ ବୈଦ୍ୟୁତିକ ଗାଡିର ବ୍ୟବହାର ବହୁଳ ଭାବରେ କରାଗଲେ ଏହାର ସମାଧାନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ଯାହା ଫଳରେ ଏହା ପ୍ରଦୂଷଣ ରୋକିପାରିବ ବୋଲି ମତ ପ୍ରକାଶ କରିଥିଲେ ।

ଏହି ଲୋକାର୍ପଣ କାର୍ଯୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀ ଶିଳ୍ପ ନିଗମର ମୁଖ୍ୟ ପରିଚାଳକ ପି.ପ୍ରଭାକର ରାଓ ଏବଂ ସିନର୍ଜୀ ପରିଚାଳନା ପରିଦର ଅଧ୍ୟକ୍ଷ ବିନୋଦ ଦାଶ ଉପସ୍ଥିତ ରହି ଛାତ୍ରମାନଙ୍କର ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଶ୍ରୀ ରାଓ ତାଙ୍କ ଅଭିଭାଷଣରେ ସିନର୍ଜୀ ସର୍ବଦା ନୂତନ ଜନାଭିମୁଖୀ ପ୍ରୋଜେକ୍ଟ କରି ଆସିଛି । ସିନର୍ଜୀର ଏପରି କାର୍ଯୟକ୍ରମକୁ ଜିଲ୍ଲା ଶିଳ୍ପ କେନ୍ଦ୍ର ସର୍ବଦା ସହଯୋଗ କରି ପାରିବ ଏବଂ ଏହାକୁ ବ୍ୟବସାୟ ଉପଯୋଗୀ କରିପାରିଲେ ଜନସାଧାରଣମାନେ ମଧ୍ୟ ଏହାର ଫାଇଦା ନେଇପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ ।

ମହାବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷ ଶ୍ରୀ ଦାଶ ସିନର୍ଜୀ ସର୍ବଦା ଏପରି ପ୍ରୋଜେକ୍ଟ ଆଗରୁ କରିଆସିଛି ଏବଂ ଜିଲ୍ଲା ପ୍ରଶାସନ ତଥା ଶିଳ୍ପ ନିଗମର ସହଯୋଗ ରହିଲେ ଆଗକୁ ନୂତନ ପ୍ରୋଜେକ୍ଟମାନ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଇ-ବାଇକର ନାମକରଣ ‘ସିନର୍ଜୀ ଇ-ବାଇକ’ନାମରେ କରାଯାଇଛି ଯାହାକି ପ୍ରତି କିଲୋମିଟ ପିଛା ୨୦ ପଇସା ଖର୍ଚ୍ଚ ହେବ ।

ନୂତନ ବାହାନ କ୍ରୟ କରିବା ବଦଳରେ ନିଜର ପୁରୁଣା ଗାଡିକୁ ଇ-ବାଇକରେ ପରିବର୍ତ୍ତନ କରିପାରିବେ ଏବଂ ଏଥିରେ ଜିପିଏସ ଟେକ୍ନୋଲୋଜି ଏବଂ ଅଭିଭାବକଙ୍କ କଣ୍ଟ୍ରୋଲ ଏବଂ ଆଣ୍ଟିଥେଫ୍ଟର ଫିଚର ରହିଛି ବୋଲି ପ୍ରୋଜେକ୍ଟ ତଥା ଗାଇଡ ଅଧ୍ୟାପକ ଦେବାଶିଷ ରାଉତ ପରିପ୍ରକାଶ କରିଥିଲେ । ଯଦି କୌଣସି ବ୍ୟକ୍ତି ଇଛାବ୍ୟକ୍ତ କରନ୍ତି ତେବେ ତାଙ୍କର ପୁରୁଣା ଗାଡିକୁ ମଧ୍ୟ ଆମେ ଇ-ବାଇକରେ ପରିବର୍ତ୍ତନ କରିପାରିବୁ ।

ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ସରୋଜ କୁମାର ନାୟକ, ଡିଗ୍ରୀ ବିଭାଗର ଅଧ୍ୟକ୍ଷା ଡଃ ଇତିଶ୍ରୀ ମହାନ୍ତି, ବରିଷ୍ଠ ଅଧ୍ୟାପକ ସୁବ୍ରତ କୁମାର ବେହେରା,ମହାବିଦ୍ୟାଳୟ ସମସ୍ତ ବିଭାଗର ଅଧ୍ୟାପକ ଏବଂ ଅଧ୍ୟାପିକା ତଥା ଡିପ୍ଲୋମାର ଛାତ୍ରଛାତ୍ରୀ ମାନେ ଏଥିରେ ବହୁ ସଂଖ୍ୟାରେ ଯୋଗଦେଇ ଏହାକୁ ସୁଫଳ କରିଥିଲେ ବୋଲି ପ୍ରଶାସନିକ ଅଧିକାରୀ ଚନ୍ଦ୍ରକାନ୍ତ ମିଶ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

16 + 13 =