ଭୁବନ ; ଏନ୍ଏସି ପକ୍ଷରୁ ଦିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଭୂବନ ଏନ୍ଏସି ର ନିର୍ବାଚିତ କାଉନସିଲର ମାନଙ୍କୁ ନେଇ ପରିଷଦ ର ଦ୍ବିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି l

ଏନ୍ଏସି ନିର୍ବାହୀ ଅଧିକାରୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ମାନ୍ୟବର ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏନ୍ଏସି ପକ୍ଷରୁ ନିର୍ମାଣ ହେବାକୁ ଥିବା ଆବର୍ଜନା ପରିଚାଳନା ପ୍ଲାଣ୍ଟ କୁ ଭୂମି ପୂଜନ କରିଥିଲେ l ପରେ ଏନ୍ଏସି ସଭାଗୃହରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଯୋଗ ଦେଇ ପୂର୍ବ ବୈଠକ ରେ ଆଲୋଚିତ ବିଷୟ ଗୁଡ଼ିକୁ ଦୃଢୀ କରଣ କରିବା ପାଇଁ ଉପଦେଶ ଦେଇଥିଲେ l

ଏନ୍ଏସି ଅଧ୍ୟକ୍ଷ ଶୁଭେନ୍ଦୁ ସାହୁ ଭୁବନ ସହର ର ବିକାଶ ପାଇଁ ଆରମ୍ଭ କରିଥିବା ବିବିନ୍ନ ଉନ୍ନୟନମୂଳକ ଯୋଜନା ଗୁଡିକ ସମ୍ପର୍କରେ ସଭ୍ଯ ମାନଙ୍କ ସହିତ ଆଲୋଚନା କରିଥିଲେ l ଏନ୍ଏସି ର ମୁଖ୍ୟ ଏଜେଣ୍ଡା ଗୁଡିକ୍ ମଧ୍ୟରେ ଆଗାମୀ ୨୦ ବର୍ଷ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ, ଭୁବନ ଏନ୍ଏସି ର ସମସ୍ତ ୱାର୍ଡ ର ଡ୍ରେନେଜ ସମସ୍ୟା ସମାଧାନ ପାଇଁ ମାଷ୍ଟର ପ୍ଲାନ କରାଯିବ l ଓଡିଶା ଲଘୁ ଶିଳ୍ପ ନିଗମ ଏହି କାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l

ଏନ୍ଏସି ପରିସର ମଧ୍ୟରେ ଡି. ଜେ. ସାଉଣ୍ଡ ବ୍ୟାନ୍ କରାଯିବାକୁ କେତେଜଣ ସଭ୍ଯ ମତ ଦେଇଥିଲେ l ଏଥିପାଇଁ ନିର୍ବାହୀ ଅଧିକାରୀ ପୋଲିସ ଥାନା କୁ ଚିଠି ମାଧ୍ୟମରେ ଜଣାଇବାକୁ ନିଷ୍ପତ୍ତି ଗ୍ରହଣ କରାଗଲା l କଲ୍ଯାଣ ମଣ୍ଡପ ଟେଣ୍ଡର ଆହ୍ବାନ କୁ ଆଧିକାଂଶ ବିରୋଧୀ ସଦସ୍ୟ ବିରୋଧ କରିଥିଲେ l ଚଳିତ ଥର ଚୁକ୍ତି ଶେଷ ହେବାପରେ ଏହାକୁ ଆଉ କୌଣସି ବାହାର ଏଜେନ୍ସି କୁ ଦିଆନଯିବା କୁ ପ୍ରସ୍ତାବ ଗ୍ରହଣ କରାଗଲା l ପରିଶେଷରେ କନିଷ୍ଠ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.

twenty − 8 =